ଅନ୍ତରାଷ୍ଟ୍ରୀୟ ଚା' ଦିବସ: ଶୀତ ଦିନରେ ମସଲା ଚା' ପିଇବାର ରହିଛି ଏହି ୭ଟି ଫାଇଦା

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଆଜି ଅର୍ଥାତ ଡିସେମ୍ବର ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ ଚା' ଦିବସ ପାଳନ କରାଯାଇଥାଏ। ଚା' ପିଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। କିଛି ଲୋକଙ୍କୁ ସକାଳୁ ଚା' ନ ପିଇଲେ ଦିନ ସାରା ଅଳସୁଆ ଅନୁଭୂତ ହୋଇଥାଏ। ଆଗରୁ ଲୋକେ ନାଲି ଚା' ଏବଂ କ୍ଷୀର ଚା' ହିଁ ପିଉଥିଲେ। କିନ୍ତୁ ସମୟ ସହ ଚା'ରେ ଅନେକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଅନେକ ପ୍ରକାର ଚା' ଉପଲବ୍ଧ। କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଦୃଷ୍ଟିରୁ ପାରମ୍ପରିକ ଚା' ବଦଳରେ ଗ୍ରୀନ ଟି, ୟେଲୋ ଟି, ବ୍ଲକ ଟି ଆଦିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ପାରମ୍ପରିକ ଚା'ରେ କିଛି ମସଲା ମିଶାଇଲେ ଅନ୍ୟ ଚା' ତୁଳନାରେ ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରିବ। ମସଲା ଚା' ପାଇଁ ଯେଉଁସବୁ ମସଲା ଆବଶ୍ୟକ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ। ମସଲା ଚା'ରେ ବ୍ୟବହାର ହେଉଥିବା ମସଲା, ଲବଙ୍ଗ, ଗୁଜୁରାତି, ଅଦା, ଡାଲଚିନି, ତୁଳସୀ, ଗୋଲମରିଚ ଆଦିର ଅନେକ ଫାଇଦା ରହିଛି। ତେବେ ପାରମ୍ପରିକ ମସଲା ଚା' ସେବନର କଣ କଣ ଫାଇଦା ରହିଛି ଜାଣନ୍ତୁ।

{"id":377921,"width":564,"height":423,"sizeSlug":"large","linkDestination":"none"}

୧. ଯନ୍ତ୍ରଣା କମ କରିଥାଏ - ମସଲା ଚା' ରେ ବ୍ୟବହୃତ ହେଉଥିବା ସବୁ ମସଲା ଶରୀରର ସୁଜନ କମ କରିବାରେ ପ୍ରଭାବଶାଳୀ। ମସଲା ମଧ୍ୟରେ ଅଦା ଓ ଲବଙ୍ଗ ମୁଖ୍ୟ। ୧୫ ମିନିଟ ଯାଏଁ ପାଣିରେ ଫୁଟାଇବା ଯୋଗୁଁ ମସଲାର ସବୁ ଗୁଣ ପାଣିରେ ମିଶିଯାଇଥାଏ। ଏହି ଦୁଇଟି ମସଲା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ।

୨. ଥକାପଣ ଦୂର କରିଥାଏ - ଯଦି ଦିନ ସାରା କାମ କରି କରି ହାଲିଆ ହୋଇଯାଇଛନ୍ତି ତାହେଲେ ଗୋଟିଏ କପ୍ ମସଲା ଚା' ସବୁ ଥକାପଣ ଦୂର କରିଦେଇଥାଏ।

{"id":377924,"width":565,"height":316,"sizeSlug":"large","linkDestination":"none"}

୩. ପେଟ କ୍ୟାନସର ଆଶଙ୍କା କମ କରିଥାଏ - ଚା' ରେ ବ୍ୟବହୃତ ହେଉଥିବା ମସଲା ଗୁଜୁରାତି, ଅଦା, ଡାଲଚିନିରେ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋକେମିକାଲ୍ସ ଅଛି ଯେଉଁଥିରେ କ୍ୟାନସର ରୋଧକ ତତ୍ତ୍ୱ ରହିଛି। ଏହି ମସଲା ନିୟମିତ ସେବନ କଲେ ପେଟରେ ହେଉଥିବା କ୍ୟାନସର ଆଶଙ୍କା କମ କରାଯାଇପାରିବ।

{"id":377922,"sizeSlug":"large","linkDestination":"none"}

୪. ଥଣ୍ଡା-କାଶରୁ ରକ୍ଷା କରିଥାଏ - ଶୀତ ଦିନରେ ଥଣ୍ଡା-କାଶରୁ ବଞ୍ଚିବା କୌଣସି ଚ୍ୟାଲେଞ୍ଜରୁ କମ୍ ନୁହେଁ। ମସଲା ଚା'ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଫାଇଟୋକେମିକାଲ୍ସ ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିବାରେ ସାହାଯ୍ୟ କରିଥାଏ। ଅଦା ବାହାରି ରୋଗ ସହ ଲଢ଼ିବାରେ ପ୍ରଭାବଶାଳୀ। ମସଲା ଚା' ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ।

. ଦୂର କରେ ପିଏମଏସ - ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଦୂର କରିବାରେ ଏବଂ ହର୍ମୋନ ସନ୍ତୁଳନ ବଜାୟ ରଖିବାକୁ ଡାଲଚିନି ଓ ଅଦା ସାହାଯ୍ୟ କରିଥାଏ। ଏହି ସମୟରେ ମସଲା ଯୁକ୍ତ ଗରମ ଚା' ସେବନ କଲେ ଆଶ୍ବସ୍ତି ମିଳିଥାଏ।

{"id":377923,"sizeSlug":"large","linkDestination":"none"}

. ପାଚନ ଶକ୍ତି ବଢାଇଥାଏ - ଚା' ରେ ବ୍ୟବହୃତ ହେଉଥିବା ମସଲା ନିୟମିତ ସେବନ କଲେ ପାଚନ ଶକ୍ତି ବଢିଥାଏ। ତାଛଡା ପେନକ୍ରିୟାଜରେ ଏଞ୍ଜାଇମକୁ ଷ୍ଟିମୁଲେଟ କରିଥାଏ। ଏହାଦ୍ୱାରା ଅକ୍ସିଜେନ ଗ୍ରହଣ କରିବା କ୍ଷମତା ବଢିଥାଏ।

. ମଧୁମେହ ଆଶଙ୍କା କମ କରିଥାଏ - ଚା' ରେ ବ୍ୟବହୃତ ହେଉଥିବା ପାରମ୍ପରିକ ମସଲା ମଧୁମେହ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତାଛଡା କିଛି ସମୟ ପାଇଁ ଏହା ଚିନି ଲାଳସା ମଧ୍ୟ କମ କରିଥାଏ। ସେଥିପାଇଁ ନିୟମିତ ଗୋଟିଏ କପ କଡା ଚା' ନିଶ୍ଚୟ ସେବନ କରିବା ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.