Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସାନଖେମୁଣ୍ଡି ସାହିତ୍ୟ ସଂସଦର ଅନ୍ତର୍ଜାତୀୟ ଆଭାଷୀ ଆସର, ଦେଶ-ବିଦେଶର ବହୁ ସାହିତ୍ୟିକ ସାମିଲ

31/05/2021 at 4:58 PM

ସାନଖେମୁଣ୍ଡି ୩୧।୫: ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ‘ସାହିତ୍ୟରେ ମାନବାଧିକାର’ ସମ୍ପର୍କିତ ଏକ ଅନ୍ତର୍ଜାତୀୟ ଆଭାଷୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ମୁଖ୍ୟ ସମ୍ପାଦକ ଡ଼ଃ ପ୍ରଣବାନନ୍ଦ ପାଟ୍ଟଯୋଶୀଙ୍କ ଆବାହକତ୍ବରେ ଅନୁଷ୍ଠିତ ବିଶ୍ବସ୍ତରୀୟ ଆଲୋଚନାଚକ୍ରରେ ସଭାପତି ରାମଚନ୍ଦ୍ରସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଶ୍ରୀଲଙ୍କାର ମାନବାଧିକାର ବିଶେଷଜ୍ଞ ସ୍ତମ୍ଭକାର ଦୟାଦିଶାନାୟକ ଉଦଘାଟନ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟରେ ମାନବାଧିକାର ଗତିବିଧି ସମ୍ପର୍କରେ ଆଲୋକପାତ କରିଥିଲେ । ଅତୀତରେ ଶ୍ରୀଲଙ୍କାରେ ଏଲଟିଟିଇ ଗରିଲାମାନଙ୍କ ଦ୍ବାରା ଏକ ଶାନ୍ତିପ୍ରିୟ ଦେଶରେ ଘଟିଥିବା ଗଣହତ୍ୟା ଓ ତାଙ୍କ ଦ୍ବାରା ରଚିତ ଦା ବାଷ୍ଟାର୍ଡ ଗଡ଼େଶେଷ ପୁସ୍ତକରେ କିଭଳି ଭାବେ ମାନବବାଦର କଥା କୁହାଯାଇଛି ତାହାକୁ ସେ ବର୍ଣ୍ଣନା କରିଥିଲେ । ଏହାସହ ମାନବାଧିକାର ସୁରକ୍ଷା ଓ ଏହାର ଉଲ୍ଲଂଘନ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ କାଠମାଣ୍ଡୁ ନେପାଳ ସ୍ଥିତ ତ୍ରିଭୁବନ ବିଶ୍ବବିଦ୍ୟାଳୟର ପ୍ରଫେସର କେଶବ ସିଂଦେଲ ଯୋଗଦେଇଥିଲେ । ନେପାଳୀ ସାହିତ୍ୟ ଓ ଇଂରାଜୀ ସାହିତ୍ୟ ମଧ୍ୟରେ ମାନବବାଦର ଏକ ତୁଳନାତ୍ମକ ବିଶ୍ଳେଷଣ ସହ ମାନବାଧିକାରର ସୁରକ୍ଷାରେ ସାହିତ୍ୟ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ପଶ୍ଚିମବଙ୍ଗ କ୍ଲଉନି ମହିଳା କଲେଜର ପ୍ରଫେସର ବୋଧି ସତ୍ତ୍ୱ ଖାନ ଯୋଗଦେଇ ସତ୍ୟଜିତ ରାୟଙ୍କ ସଦଗତି ସିନେମା, ବିଜୟ ତେନ୍ଦୁଲକରଙ୍କ ନାଟକ କମଲ, ମହାଶ୍ଵେତା ଦେବୀଙ୍କ କ୍ଷୁଦ୍ର ଗଳ୍ପ ଦ୍ରୌପଦୀ, ଉତ୍ପଳ ଦତ୍ତଙ୍କ ନାଟକ ଅଙ୍ଗାରରେ ମାନବୀୟ ଆଲୋଡନ ସମ୍ପର୍କିତ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ ।

ସେହିଭଳି ଅନ୍ୟତମ ବକ୍ତା ହିମାଚଳପ୍ରଦେଶ ରାଜୀବଗାନ୍ଧୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ କୃଷ୍ଣଚନ୍ଦ୍ର ମିଶ୍ର ଯୋଗଦେଇ ଓଡ଼ିଆ ସାହିତ୍ୟର ଅନୁବାଦ ହେଲେ ତାହା ବିଶ୍ବସ୍ତରରେ ଆଦୃତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଇଂଲଣ୍ଡ ୱେସେକ୍ସ ବିଶ୍ବବିଦ୍ୟାଳୟ ଗବେଷିକା ନୁରଜାହିରା, ପଶ୍ଚିମବଙ୍ଗ ଗବେଷକ ରବି ମିସ୍ତ୍ରୀ, କୌଶିକ ରାୟ, ଆନ୍ଧ୍ରପ୍ରଦେଶରୁ ଅର୍ଜୁନ ଗୁଇଁ, ଝାଡ଼ଖଣ୍ଡରୁ ଜୟା ମିଞ୍ଜ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଡ଼ଃ ଶୃତି ଦାଶ, ଏସଏମଆଇଟି ରୁରାଲ ମ୍ୟାନେଜମେଣ୍ଟ ମୁଖ୍ୟ ଡ଼ଃ ମଞ୍ଜୁପ୍ରଭା ଦାଶ, ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଡ଼ଃ ଗାୟତ୍ରୀ ସାହୁ ପ୍ରମୁଖ ଯୋଗଦେଇ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସମ୍ପାଦକ ଶିବରାମ ସାବତ, କବି ସୁଜାତା ସାହାଣୀ ମାନବଧର୍ମୀ କବିତା ଆବୃତ୍ତି କରିଥିବାବେଳେ ଉପସଭାପତି ବିନାୟକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts