ରକ୍ତରେ ଚିଠି ଲେଖିଲେ ମହିଳା ସୁଟର- ନିର୍ଭୟା ଦେଷୀଙ୍କୁ ଫାଶି ଦେବା ପାଇଁ ଘାତକ ହେବାକୁ ଅନୁମତି ମାଗିଲେ ସୁଟର ବର୍ତ୍ତିକା ସିଂ

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୫।୧୨ -  ନିର୍ଭୟା ଦୋଷୀଙ୍କୁ ଫାଶି ଦେବାକୁ ଯଦି ଘାତକ ମିଳୁନାହାନ୍ତି ତେବେ ମୁଁ ହେବ ଘାତକ। ଏମିତି କଥା କହି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଚିଠି ଲେଖିଛନ୍ତି ଇଣ୍ଟରନ୍ୟାସନାଲ ସୁଟର ବର୍ତ୍ତିକା ସିଂହ । ସାରା ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା କାଣ୍ଡ।  ସେପଟେ ୪ ଦୋଷୀଙ୍କୁ ତୁରନ୍ତ ଫାଶି ଦେବା ଦାବିରେ ୧୩ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ।…    

{"id":198092,"sizeSlug":"large"}

ମାନନୀୟ ଗୃହମନ୍ତ୍ରୀ । ମୁଁ ବର୍ତ୍ତିକା ସିଂହ, ଅନ୍ତର୍ଜାତୀୟ ସୁଟର । ନିର୍ଭୟା ଗ୍ୟାଙ୍ଗ ରେପ୍ ଓ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଫାଶି ଦେବା ପାଇଁ ମୋତେ ଅନୁମତି ଦିଆଯାଉ ।

{"id":198093,"sizeSlug":"large"}

… ନିଜ ହାତ କାଟି ରକ୍ତରେ ଏମିତି କିଛି ଲେଖି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଦେଇଛନ୍ତି ବର୍ତ୍ତିକା ସିଂହ।  ନିର୍ଭୟା ମାମଲାରେ ଚାରି ଦୋଷୀ ପବନ, ମୁକେଶ, ଅକ୍ଷୟ ଏବଂ ବିନୟକୁ ଫାଶି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯଦି କୌଣସି ମହିଳା ଦ୍ବାରା ଏମାନଙ୍କୁ ଫାଶି ଦିଆଯାଏ, ଏହା ସାରା ଦେଶକୁ ଏକ ବାର୍ତ୍ତା ଦେବ ।  ତାଙ୍କର ଏହି ଅନୁରୋଧକୁ ଦେଶର ମହିଳା ସାଂସଦ, ମହିଳା ଯବାନ ଏବଂ ଅଭିନେତ୍ରୀମାନେ ସମର୍ଥନ କରିବାକୁ ବର୍ତ୍ତିକା ନିବେଦନ କରିଛନ୍ତି ।...

{"id":198094,"sizeSlug":"large"}

ଏପଟେ ୪ ଦୋଷୀଙ୍କୁ ଯଥା ଶୀଘ୍ର ଫାଶୀ ଦେବାକୁ ଦାବି କରି ଗତ ୧୩ ଦିନ ଧରି ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସ୍ବାତୀଙ୍କ ଦାବିକୁ ସମର୍ଥନ କରି ଶହ ଶହ ମହିଳା ମଧ୍ୟ ଧାରଣା ଆରମ୍ଭ କରିଛନ୍ତି।  ଆମରଣ ଅନଶନ ଯୋଗୁଁ ସ୍ବାତୀଙ୍କର ଓଜନ ୮ କିଲୋ କମିଛି।  ସ୍ବାତୀ ଦାବି କରୁଛନ୍ତି ଯେ, ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ୬ ମାସ ମଧ୍ୟରେ ଫାଶି ଦିଆଯାଉ। 

ଆସନ୍ତା ୧୮ ତାରିଖରେ ୪ ନିର୍ଭୟା ହତ୍ୟାକାରୀଙ୍କ ଅନ୍ତିମ ଫୈସଲା ଶୁଣାଇବେ ସୁପ୍ରିମକୋର୍ଟ। ସେଦିନ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିବା ସମ୍ଭାବନା ରହିଛି । କୋର୍ଟଙ୍କ ତାରିଖ ନିର୍ଦ୍ଧାରଣ ପରେ ଫାଶି ଖୁଣ୍ଟରେ ଝୁଲିବେ ୪ ହତ୍ୟାକାରୀ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.