ପାକିସ୍ତାନରେ କାଶ୍ମୀର ପ୍ରସଙ୍ଗରେ ଚାଲିଥିଲା ଅନ୍ତରାଷ୍ଟ୍ରୀୟ ସେମିନାର, ଭାରତୀୟ ହ୍ୟାକର ଲଗାଇଲେ ‘ଜୟ ଶ୍ରୀରାମ’ର ନାରା

Published By : Prameya-News7 Bureau | October 28, 2020 IST

ଇସଲାମାବାଦ ୨୮।୧୦: ପାକିସ୍ତାନ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତକୁ ସର୍ବଦା ଘେରିବାକୁ ଉଦ୍ୟମ କରି ଆସିଛି ଏବଂ ଅନେକ କ୍ଷେତ୍ରରେ ନିଜର ଦାବି ଜାହିର କରୁଛି। ହେଲେ ପାକିସ୍ତାନର ଏହି ସବୁ ହୀନ ଉଦ୍ୟମକୁ ଭାରତ ସର୍ବଦା ମୁହଁତୋଡ ଜବାବ ଦେଇ ଆସିଛି। ଏହି କ୍ରମରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ଏକ ଅନ୍ତରାଷ୍ଟ୍ରୀୟ ସେମିନାର ଆୟୋଜିତ କରିଛି।  ହେଲେ ଭାରତୀୟ ହ୍ୟାକର ପୁଣି ଥରେ ପାକିସ୍ତାନୀ ସାଇଟ୍‌କୁ ହ୍ୟାକ୍‌ କରି ‘ଜୟ ଶ୍ରୀରାମ’ ନାରା ଦେଇଛନ୍ତି। ଏହି ସମୟରେ ଜାମ୍ମୁ-କାଶ୍ମୀରକୁ ନେଇ ଅନ୍ତରାଷ୍ଟ୍ରୀୟ ସେମିନାର ଚାଲିଥିଲା।

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ଅଧିକାରୀ ଏକ ଅନ୍ତରାଷ୍ଟ୍ରୀୟ ସେମିନାର କରୁଥିଲେ। ଭିଡିଓ କନଫରେନ୍ସିଂ ସାଇଟ୍‌ ଜୁମରେ ଏହି ସେମିନାର ଆୟୋଜିତ ହେଉଥିଲା। ଏହି ସମୟରେ କିଛି ଗୀତ ଶୁଣିବାକୁ ମିଳିଲା। ଏହା ସାଧାରଣତଃ ଭଗବାନ ରାମଙ୍କ ପାଇଁ ଭାରତରେ ବାଜୁଥିବା ଗୀତ ଥିଲା। ସେମିନାରରେ ସାମିଲ ଅତିଥିଙ୍କୁ ଲାଗିଥିଲା ଯେ, ଏହାର ସଞ୍ଚାଳନ କରୁଥିବା ଡ. ଭଲିଦ ମଲିକଙ୍କ ପକ୍ଷରୁ ଏହି ଗୀତ ବାଜୁଛି ଏବଂ ସେ ଏହାକୁ ବନ୍ଦ କରିବାକୁ କହିଥିଲେ।

ପୁଣି ସେମିନାରରେ ରହି ରହି ଶବ୍ଦ ଶୁଣିବାକୁ ମିଳୁଥିଲା ଯେ, ଆମେ ଭାରତୀୟ, ତୁମେ କାନ୍ଦିଚାଲ। ଡ ଓ୍ଵଲିଦ କହିଲେ ସେ ଏହାକୁ ରେକର୍ଡ କରୁଛନ୍ତି। କିନ୍ତୁ ପରେ ଏହି କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି। ଏହା ପୂର୍ବରୁ ମଧ୍ୟ ଭାରତୀୟ ହ୍ୟାକର କଥିତ ଭାବେ ପାକିସ୍ତାନର ୟୁନିଭର୍ସିଟିର ଓ୍ଵେବସାଇଟ୍‌  ହ୍ୟାକ୍ କରିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ବହୁ ପୁରାତନ। ହେଲେ ଗତ କିଛି ମାସରେ ପାକିସ୍ତାନ ଅନେକ ଆକ୍ରାମକ ପଦକ୍ଷେପ ଉଠାଇଛି। ପ୍ରଥମେ ପାକିସ୍ତାନ ନୂତନ ମାନଚ୍ଚିତ୍ର ଜାରି କରି ବିବାଦୀୟ କ୍ଷେତ୍ରକୁ ସିଧାସଳଖ ନିଜର  ବୋଲି କହିଥିଲା। ଏବେ ଗିଲଗିଟ୍-ବାଲଟିଷ୍ଟାନକୁ ରାଜ୍ୟର ମାନ୍ୟତା ଦେବାକୁ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.