Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଆନ୍ତର୍ଜାତିକ ସେବିକା ଦିବସ : କରୋନା ମହାମାରୀରେ ଯୋଦ୍ଧା ସାଜିଥିବା ନର୍ସମାନଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

12/05/2020 at 12:31 PM

ଭୂବନେଶ୍ୱର ୧୨।୦୫: ଆଜି  ହେଉଛି ଆନ୍ତର୍ଜାତିକ ସେବିକା ଦିବସ । ପ୍ରତି ବର୍ଷ ମେ ୧୨ ତାରିଖକୁ ସାରା ବିଶ୍ବରେ ଏହି ଦିନଟି ପାଳନ କରାଯାଉଛି। ହେଲେ  ଚଳିତ ବର୍ଷ  ସାରା  ବିଶ୍ବରେ  ସେବିକାମାନଙ୍କୁ  ଆଣି ଦେଇଛି ନୂଆ ଅନୁଭୂତି । କରୋନା ମହାମାରୀ  ଯୁଦ୍ଧରେ  ସେମାନେ ସାଜିଛନ୍ତି ଜଣେ ଜଣେ ଯୋଦ୍ଧା ।  

ଚଳିତବର୍ଷ ଆନ୍ତର୍ଜାତିକ ସେବିକା ଦିବସର ଥିମ୍ ରହିଛି ନର୍ସିଙ୍ଗ, ଦ ୱାର୍ଲ୍ଡ ଟୁ ହେଲ୍ ଥ । ସାରା ବିଶ୍ବ ଏବେ କରୋନା ସହ ଲଢ଼ୁଛି । କରୋନା ମହାମାରୀକୁ କୋଭିଡ ୧୯କୁ   ମାତ ଦେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ସାରା ବିଶ୍ବରେ ହୁହୁ  ହୋଇ ବଢିଚାଲିଥିବା କରୋନା ମହାମାରୀ ନିଜ ଜୀବନକୁଲ ବାଜି ଲଗାଇ  କୋଭିଡ୍ ୧୯ ରୋଗୀଙ୍କୁ   ନର୍ସମାନେ  ନିରନ୍ତର ସେବା ଯୋଗାଇ ଆସୁଛନ୍ତି  ।  ନିଜ  ପରିବାରକୁ ଭୁଲି  ରୋଗୀ ସହ ଜୀବନ  ବିତାଉଛନ୍ତି। ଆଇସିୟୁ ହଉ ଅବା ସର୍ଜରୀ ବିଭାଗ ଅବା କୋଭିଡ୍ ୧୯ ହସ୍ପିଟାଲରେ  ରୋଗୀ ସେବାରେ ସମୟ ବିତାଉଛନ୍ତି ।  ସ୍ବାସ୍ଥ୍ୟକ୍ଷେତ୍ରରେ ନର୍ସଙ୍କର ରହିଛି ବଡ଼ ଅବଦାନ ।  ସେବା ମନୋଭାବକୁ ସମ୍ମାନ ଜଣାଇ  ମେ ୧୨ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇ ଆସୁଛି ।

ତେବେ ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଟ୍ୱିଟ୍‌ କରିଛନ୍ତି ଯେ, କୋଭିଡ-୧୯ ପରି ମହାମାରି ଲଢେଇରେ ଯୋଦ୍ଧା ସାଜିଥିବା ବିଶ୍ୱର ଲକ୍ଷାଧିକ ସେବିକାଙ୍କୁ ମୋର କୃତଜ୍ଞତା ଜଣାଉଛି । ସେମାନଙ୍କର ନିଷ୍ଠା ଏବଂ ବଳିଦାନ ଆମକୁ ଅଧିକ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ।

   Related Posts