Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ବୋହୁ

25/04/2021 at 5:11 PM

ଭୁବନେଶ୍ୱର ୨୫/୦୪ : ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ବୋହୁ। ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବାକୁଥିବା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ୨୦୨୧ରେ ଭାଗନେବେ ଭୁବନେଶ୍ୱରର ମଧୁସ୍ମିତା ଜେନା। ଓଡିଶାରୁ ସେ ପ୍ରତିନିଧିତ୍ବ କରୁଥିବାବେଳେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ନିମନ୍ତେ ଏକ ସାମର୍ଥ୍ୟ ପରୀକ୍ଷା ବା ଅଡିସନ ହୋଇଥିଲା। ଏଥିରେ ପ୍ରାୟ ୨୭ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମଧୁସ୍ମିତା ଅନ୍ତିମ ପର୍ଯ୍ୟାୟରେ ସ୍ଥାନ ଅକ୍ତିଆର କରିଛନ୍ତି। ଏହି ପର୍ଯ୍ୟାୟରେ ସେ ଟାଇଟଲ ହାତେଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ବିବାହ ପରେ ସ୍ୱାମୀ ଓ ପରିବାର ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ମିଳିଥିଲା। ସେ ଇଞ୍ଜିନିୟରିଂ ସାରିବା ପରେ କଷ୍ଟ୍ୟୁମ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ବେଳେ ଫ୍ୟାସନ ଡିଜାଇନର ରାମକୃଷ୍ଣ ପଟ୍ଟନାୟକଙ୍କ ସହ ତାଙ୍କର ଦେଖା ହୋଇଥିଲା। ରାମକୃଷ୍ଣ ତାଙ୍କୁ ଏହି ଦିଗରେ ଯିବାକୁ ପରାମର୍ଶ ଦେଇଥିଲେ।

   Related Posts