ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ: ପୁରୁଷଙ୍କ ଅଧିକାର ପାଇଁ ଏକ ଖାସ୍ ଦିନ, ଏଥରର ଥିମ୍-'ବେଟର୍ ହେଲ୍ଥ ଫର୍ ମ୍ୟାନ୍ ଆଣ୍ଡ ବଏଜ୍'

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧ : ନଭେମ୍ବର ୧୯ ତାରିଖରେ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଏ। ଅନେକ ଦେଶରେ ଏହି ଦିନରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଏ। ଭାରତରେ ୨୦୦୭ ମସିହାରେ ପ୍ରଥମେ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା 'ସେଭ ଇଣ୍ଡିଆନ ଫ୍ୟାମିଲି' ପ୍ରଥମଥର ପାଇଁ ଭାରତରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରିଥିଲା।

ମହିଳା ଦିବସ ଭଳି ପୁରୁଷ ଦିବସର ମଧ୍ୟ ଏକ ଖାସ ମହତ୍ତ୍ୱ ରହିଛି। ପୁରୁଷଙ୍କ ପ୍ରତି ଭେଦଭାବ, ଶୋଷଣ, ପ୍ରତାରଣା, ହିଂସା ଓ ଅସମାନତାଋ ରକ୍ଷା କରିବା ପାଇଁ ଏବଂ ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ପାଳନ କରାଯାଇଥାଏ। ପ୍ରତି ବର୍ଷ ପୁରୁଷ ଦିବସର ଏକ ଖାସ ଥିମ ରହିଥାଏ। ଏଥର ପୁରୁଷ ଦିବସର ଥିମ ହେଲା, 'ବେଟର ହେଲ୍ଥ ଫର ମ୍ୟାନ ଆଣ୍ଡ ବଏଜ'

ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଇତିହାସ ସମ୍ପର୍କରେ ଯଦି କୁହାଯାଏ ତାହେଲେ ୧୯୯୨ ମସିହା ଫେବୃଆରୀ ୭ ତାରିଖରେ ଏହି ଦିବସ ଆରମ୍ଭ କରାଯାଇଥିଲା। ଥମାସ୍ ଓଷ୍ଟାରଙ୍କ ଦ୍ୱାରା ପୁରୁଷ ଦିବସ ଆରମ୍ଭ ହୋଇଥିଲା। ବର୍ଷେ ପୂର୍ବରୁ ଅର୍ଥାତ ୧୯୯୨ ମସିହା ଫେବୃଆରୀରେ ହିଁ ଥମାସ ଓଷ୍ଟାର ପୁରୁଷ ଦିବସ ସମ୍ପର୍କରେ ଚିନ୍ତା କରିଥିଲେ। ଏହାପରେ ୧୯୯୯ ମସିହାରେ ତ୍ରିନିଦାଦ ଏବଂ ଟୋବାଗୋ ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲେ ଏବଂ ସେବେଠାରୁ ପୁରୁଷ ଦିବସ ପ୍ରଥା ପ୍ରଚଳିତ ହୋଇଛି।

ଭାରତରେ ୨୦୦୭ ମସିହାରେ ପ୍ରଥମେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଇଥିଲା। ସେହିଭଳି ୧୯୨୩ ମସିହାଋ ମହିଳା ଦିବସ ପାଳନ କରାଯାଉଛି। ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ। ସେଥିପାଇଁ ପୁରୁଷଙ୍କ ପାଇଁ ମଧ୍ୟ ଏକ ଖାସ ଦିନ ଆବଶ୍ୟକ ଅନୁଭୂତ ହେବାରୁ ପୁରୁଷ ଦିବସ ପାଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.