ଅନ୍ତର୍ଜାତୀୟ ଶ୍ରମିକ ଦିବସ : ଭାରତ ସମେତ ୮୦ଟି ଦେଶରେ ହୋଇଆସୁଛି ପାଳନ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୧/୫ : ଆଜି ଦିନଟିକୁ ସାରା ଦେଶରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଏଦି ଦନରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କି କରାଯାଉଛି । ଶ୍ରମିକ ସଂଗଠନକୁ ମଜଭୂତ କରିବା, ଶ୍ରମିକଙ୍କ ସ୍ୱାର୍ଥରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା, ସେମାନଙ୍କ ସଫଳତାକୁ ସମ୍ମାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ୧୯୮୬ ମେ ୧ ରେ ପ୍ରଥମ କରି ପାଳନ ହୋଇଥିଲା ଶ୍ରମିକ ଦିବସ ।

ଏହି ଦିନ ଆମେରିକାର ଶ୍ରମିକ ସଂଗଠନ ୮ ଘଣ୍ଟାରୁ ଅଧିକ କାମ ନକରିବାକୁ ଧର୍ମଘଟ କରିଥିଲେ । ଏହାସହ ୧୮୭୭ରେ ଶ୍ରମିକ ମାନେ ସେମାନଙ୍କର ଚାହିଦା ପାଇଁ ନୂତନ ଆନ୍ଦୋଳନ କରିଥିଲେ । ପରେ ୧୯୮୬ରେ ୧୧ ହଜାର ଫ୍ୟାକ୍ଟ୍ରିର ପ୍ରାୟ ୪ ଲକ୍ଷ ଶ୍ରମିକ ଏକାଠି ହୋଇ ଆନ୍ଦୋଳନକୁ ତୀବ୍ରତର କରଥିଲେ । ଭାରତରେ ଏହାର ଆରମ୍ଭ ହୋଇଥିଲା ୧୯୨୩ ମେ ୧ରେ ।

ପ୍ରଥମେ ଏହାକୁ ମଦ୍ରାସା ଦିବସର ଆଖ୍ୟା ଦିଆଯାଇଥିଲା । ଭାରତୀୟ ମଜଦୁର କିସାନ ପାର୍ଟି ନେତା କମରେଡ ସିଙ୍ଗରାବାଲୁ ଏହାର ଆରମ୍ଭ କରିଥିଲେ । ମାଡ୍ରାସ ହାଇକୋର୍ଟ ସମ୍ମୁଖରେ ସେ ଶ୍ରମିକମାନଙ୍କ ୮ ଘଣ୍ଟା କାମ ନେଇ ଦାବି କରିଥିଲେ । ଏହାସହ ସେ ବର୍ଷକରେ ଗୋଟିଏ ଦିନ ଛୁଟି ପାଇଁ ବିକ୍ଷୋଭ କରିଥିଲେ । ଭାରତ ସମେତ ୮୦ଟି ଦେଶରେ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.