ଡିସେମ୍ବର ୧୫ରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ବିମାନ: ଓମିକ୍ରନ ସମୀକ୍ଷା ବୈଠକରେ ମୋଦିଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨ : ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବନାହିଁ। ଏଭିଏସନ ରେଗୁଲେଟର ଡିଜିସିଏ କହିଛି ଯେ ଆଗାମୀ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁଁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୭ ତାରିଖରେ ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଆରମ୍ଭ କରିବା ନିଷ୍ପତ୍ତି ଉପରେ ସମୀକ୍ଷା କରିବାକୁ କୁହାଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ମଧ୍ୟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.