Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେଲା ଇଣ୍ଟରନ୍ୟାସନାଲ ଫ୍ୟାକ୍ଟ ଚେକିଂ ନେଟ୍‌ୱର୍କ

22/01/2021 at 5:05 PM

ନୂଆଦିଲ୍ଲୀ ୨୨/୦୧ : ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏ ନେଇ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଆମେ ଏମିତି ଏକ ସମୟ ଦେଇ ଗତି କରୁଛୁ ଯେଉଁ ସମୟରେ କି ମିଛ ସହିତ ଲଢ଼ିବା ବହୁତ ଜରୁରୀ ।

ଏହା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଶପଥ ଭାଷଣରେ କହିଥିଲେ । ସେ ଆହୁରି କହିଥିଲେ ଯେ, ଏହି ବର୍ଷ ଆମେ ନୋବେଲ୍ ଶାନ୍ତି ପୁରଷ୍କାର ପାଇଁ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱାର୍କ ବା ଆଇଏଫସିଏନ୍‌କୁ ମନୋନୀତ କରୁଛୁ । ଏହି ସଂସ୍ଥାକୁ ଆମର ସହଯୋଗର ଆବଶ୍ୟକତା ରହିଛି । କହି ରଖୁଛୁ ଯେ, ଜୋ ବାଇଡେନ୍ ବୁଧବାର ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେଇଥିଲେ । ସେ ତାଙ୍କ ଭାଷଣରେ ଦେଶରେ ହୋଇଥିବା ହିଂସା ପାଇଁ ଦୁଃଖ ପ୍ରକାଶ କରି କହିଥିଲେ ଯେ ଜନତା ଏବଂ ନୀତି ମଧ୍ୟରେ ସେ ସତ୍ୟର ରକ୍ଷା କରିବେ ।

ତେବେ ଗ୍ରାଣ୍ଡେଙ୍କ ଏହି ସୂଚନା ପରେ ଏହାକୁ ନେଇ ଆଇଏଫସିଏନ୍‌ର ନିର୍ଦ୍ଦେଶକ ବେବାରସ୍ ଓରସେକ ଫ୍ୟାକ୍ଟ ଚେକିଂ ନେଟୱାର୍କ ଟିମ୍ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଫ୍ୟାକ୍ଟ ଚେକିଂ ନେଟୱାର୍କ ବା ଆଇଏଫସିଏନ୍ ପାଇଁ ତାଙ୍କ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱ ସମୁଦାୟର ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହି ନୋମିନେଶନ୍ ସତ୍ୟ ସମ୍ପର୍କରେ ସୂଚାଉଥିବା ସେ କହିବା ସହିତ ଗ୍ରାଣ୍ଡେଙ୍କୁ ସାଧୁବାଦ ଜଣାଇଛନ୍ତି ।

   Related Posts