Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଆଇପିଏଲକୁ ନେଇ ବଡ ବୟାନ ଦେଲେ କେଭିନ୍ ପିଟରସନ, ସମସ୍ତ କ୍ରିକେଟ୍ ବୋର୍ଡକୁ ଦେଲେ ଏହି ପରାମର୍ଶ

3/04/2021 at 4:13 PM

ନୂଆଦିଲ୍ଲୀ ୦୩।୦୪: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବା ଫଟାଫଟ୍‌ କ୍ରିକେଟ୍‌ର ମଜା ତଥା ବିଶ୍ଵର ସବୁଠୁ ବଡ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)। ଏହା ପୂର୍ବରୁ ଆଇପିଏଲକୁ ନେଇ ବଡ ବୟାନ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ। ସେ କହିଛନ୍ତି, ସମସ୍ତ କ୍ରିକେଟ୍ ବୋର୍ଡକୁ ଏହା ବୁଝିବା ଉଚିତ୍‌ ଯେ, ଆଇପିଏଲ କ୍ରୀଡାର ସବୁଠୁ ବଡ ସୋ। ଏହି ସମୟରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ମୁକାବିଲା ହେବା ଉଚିତ୍ ନୁହେଁ। ବର୍ତ୍ତମାନ ଇଂଲଣ୍ଡର କିଛି ଖେଳାଳି ଦ୍ଵନ୍ଦ୍ଵରେ ଅଛନ୍ତି ଯେ, ସେମାନେ ଆଇପିଏଲ୍  ଖେଲିବେ ନା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ।

ଯଦି ସେମାନଙ୍କ ଆଇପିଏଲ୍ ଟିମ୍ ଶେଷ ପର୍ଯ୍ୟାୟରେ ପହଞ୍ଚେ ତେବେ  ବିଦେଶୀ ଖେଳାଳିଙ୍କୁ ଆଇପିଏଲ୍ ଫାଇନାଲ କିମ୍ବା ଜାତୀୟ ଦଳ ପାଇଁ ଖେଳିବା ଏହି ଦୁଇଟି ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡିବ। ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଏଶ୍ଲେ ଜାଇଲ୍ସ ପ୍ରଥମରୁ କହି ସାରିଛନ୍ତି ଯେ, ଇସିବି ନିଜର ଖେଳାଳି ଉପରେ ଆଇପିଏଲ ନଖେଳି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ ଖେଳିବା ନେଇ କୌଣସି ଚାପ ପକାଇବ ନାହିଁ।

ପିଟରସନ କହିଛନ୍ତି, ସମସ୍ତ କ୍ରିକେଟ୍ ବୋର୍ଡକୁ ବୁଝିବା ଉଚିତ୍ ଯେ, ଆଇପିଏଲ କ୍ରିକେଟ୍‌ର ସବୁଠୁ ବଡ ସୋ। ଏହି ସମୟରେ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜିତ କରାଯିବା ଉଚିତ୍ ନୁହେଁ।

   Related Posts