Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

କୁଲଭୂଷଣଙ୍କ ଯାଦବକୁ ନେଇ ପାକିସ୍ତାନ ସଂସଦରେ ବିଧେୟକ ଉପସ୍ଥାପିତ, ପୁନର୍ବିଚାର ଯାଚିକା ଆବେଦନ କରିବାକୁ ମିଳିବ ଅନୁମତି

27/07/2020 at 9:01 PM

ଇସଲାମାବାଦ ୨୭।୦୭: ଭାରତର ଅବସରପ୍ରାପ୍ତ ଭାରତୀୟ ନୌସେନାର ଅଧିକାରୀ କୁଲଭୂଷଣ ଯାଦବଙ୍କ କେସ୍‌ରେ ପାକିସ୍ତାନ ସରକାର ସୋମବାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍‌ ଅଧ୍ୟାଦେଶ ୨୦୨୦ ଦେଶର ସଂସଦରେ ଉପସ୍ଥାପନ କରିଛି। ଏହାକୁ ନେଇ ବିରୋଧୀ ଦଳ ଇମ୍ରାନ ସରକାର ଉପରେ ପ୍ରଶ୍ନ ଉଠାଇଛି। ବିରୋଧୀ ଅଭିଯୋଗ କରିଛନ୍ତି ସରକାର ଯାଦବଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ସରକାରଙ୍କ କହିବା କଥା ସେମାନେ ଆଇସିଜେର ନିର୍ଦ୍ଦେଶର ପାଳନ କରୁଛନ୍ତି।

ପାକିସ୍ତାନୀ ମିଡିଆ ଅନୁଯାୟୀ ସୋମବାର ସଂସଦରେ ଏହି ବିଧେୟକ ଉପସ୍ଥାପିତ ହୋଇଛି। ଏହି ଅଧ୍ୟାଦେଶ ଅନୁଯାୟୀ ମିଲିଟାରୀ କୋର୍ଟର ନିଷ୍ପତ୍ତିର ସମୀକ୍ଷା ପାଇଁ ଇସଲାମାବାଦ କୋର୍ଟରେ ଆବେଦନ ଦାଖଲ କରାଯାଇ ପାରିବ। ଭାରତୀୟ ନୌସେନାର ୪୯ ବର୍ଷୀୟ ଅବସରପ୍ରାପ୍ତ ଅଧିକାରୀ କୁଲଭୂଷଣଙ୍କୁ ପାକିସ୍ତାନର ଏକ ସୈନ୍ୟ ଅଦାଲତ ୨୦୧୭ ଏପ୍ରିଲରେ ଗୁଇନ୍ଦାଗିରି ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। କିଛି ସପ୍ତାହ ପରେ ଭାରତ ଯାଦବଙ୍କୁ ପାକିସ୍ତାନ କୂଟନୈତିକ ସହାୟତା ଯୋଗାଉନଥିବା ଏବଂ ଅଦାଲତର ମୃତ୍ୟୁ ଦଣ୍ଡାକୁ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲା।

ଆଇସିଜେ ଗତ ବର୍ଷ ଜୁଲାଇରେ ମାମଲାର ଶୁଣାଣି କରି ନିଷ୍ପତ୍ତି ଦେଇଥିଲା ଯେ, ଯାଦବଙ୍କ ଦଣ୍ଡାଦେଶ ଉପରେ ସମୀକ୍ଷା ଓ ପୁନର୍ବିଚାର କରାଯିବା ଉଚିତ୍ ଓ ଅବିଳମ୍ଵେ କୂଟନୈତିକ ସହାୟତା ଉପଲବ୍ଧ କରାଇବା ଉଚିତ୍। ଗତ ଜୁଲାଇ ୧୬ରେ ପାକିସ୍ତାନ ଯାଦବଙ୍କୁ ଦ୍ଵିତୀୟ ଥର କୂଟନୈତିକ ସହାୟତା ପ୍ରଦାନ କରିଛି। ଏହି ସମୟରେ ପୁନର୍ବିଚାର ଯାଚିକା ଉପରେ ଦସ୍ତଖତ କରିବାକୁ ଭାରତୀୟ ରାଷ୍ଟ୍ରଦୂତ ଯାଦବଙ୍କ ନିକଟରେ ପହଞ୍ଚିଥିଲେ।

   Related Posts