Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

କରୋନାରେ ଲାଗୁନି ବ୍ରେକ୍ : ଜୁଲାଇ ୧୫ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ଲାଗିଲା ରୋକ୍

26/06/2020 at 6:04 PM

ନୂଆଦିଲ୍ଲୀ ୨୬।୦୬: ଦେଶରେ ସଂପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ଵଢିବାରେ ଲାଗିଛି। ଫଳରେ ରେଲଓ୍ଵେ ପରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣକୁ ନେଇ ସରକାରଙ୍କ ନିଷ୍ପତ୍ତି ସାମ୍ନାକୁ ଆସିଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୫ ପର୍ଯ୍ୟନ୍ତ ଦେଶରେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ ରହିବ। ଦେଶରୁ ବିଦେଶକୁ ନା ବିମାନ ଉଡିବ ନା ବିଦେଶରୁ ଭାରତକୁ ବିମାନ ଚଳାଚଳ ହେବ। କିନ୍ତୁ ଦେଶ ଭିତରେ ଘରୋଇ ବିମାନ ସେବା ଜାରି ରହିବ। କିନ୍ତୁ ଏହି ଆଦେଶ କାର୍ଗୋ ବିମାନ ଓ ଡିଜିସିଏରୁ ଅନୁମତି ମିଳିଥିବା ସ୍ଵତନ୍ତ୍ର ବିମାନ ଉପରେ ଲାଗୁ ହେବ ନାହିଁ।

କରୋନା କାରଣରୁ ପୂରା ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଲାଗୁ କରାଯାଇଥିଲା। ଏହା ପୂର୍ବରୁ ହିଁ ଅର୍ଥାତ ମାର୍ଚ୍ଚ ୨୩ରୁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ପ୍ରଥମେ ଏହି କଟକଣା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ପାଇଁ ଥିଲା। ପରେ ଲକ୍‌ଡାଉନ୍‌ ସହିତ କଟକଣା ଅବଧି ମଧ୍ୟ ବଢି ଚାଲିଥିଲା।

ଏହା ପୂର୍ବରୁ ରେଲଓ୍ଵେ ଜୁନ ୨୫ରେ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଟ୍ରେନ୍‌ ନିୟମିତ ଚଳାଚଳ କରିବ ନାହିଁ ବୋଲି ସୁଚନା ଦେଇଥିଲା। ଏହି ସମୟରେ କେବଳ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ରେଲଓ୍ଵେର ଆଦେଶ ଅନୁଯାୟୀ, ଜୁନ ୩୦ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜୁଲାଇ ୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଯେଉଁମାନେ ଟିକେଟ୍‌ ବୁକ୍‌ କରିଥାନ୍ତି ସେମାନଙ୍କୁ ପୂରା ଫେରସ୍ତ କରାଯିବ।

ଉଲ୍ଲେଖଯୋଗ୍ୟ, ମେ ୭ରୁ ବନ୍ଦେ ଭାରତ ମିଶନ ଆରମ୍ଭ କରାଯିବା ପରଠୁ ୩.୬ ଲକ୍ଷରୁ ଅଧିକ ଭାରତୀୟଙ୍କୁ ବିଦେଶରୁ ଦେଶକୁ ଫେରାଇ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ମୋଟ୍ ୫, ୧୩, ୦୪୭ ଜଣ ଭାରତୀୟ ବିଦେଶରୁ ଭାରତକୁ ଫେରିବା ଲାଗି ନିଜ ନାମ ପଞ୍ଜିକରଣ କରାଇଛନ୍ତି। ଆଜି ପର୍ଯ୍ୟନ୍ତ ୩, ୬୪, ୨୦୯ ଜଣ ଏହି ଅଭିଯାନରେ ଦେଶକୁ ଫେରି ସାରିଛନ୍ତି।

   Related Posts