ବିଲେଇ ଓ ହାତୀର ଗୋବରରେ ତିଆରି ହୋଇଥାଏ ଦୁନିଆର ସବୁଠାରୁ ମହଙ୍ଗା କଫି

Published By : Prameya-News7 Bureau | October 01, 2020 IST

ଭୁବନେଶ୍ୱର ୦୧/୧୦ : ଆଜି ଅର୍ଥାତ ଅକ୍ଟୋବର ୧ ତାରିଖ ଇନ୍ଟରନ୍ୟାଶନାଲ କଫି ଡେ । କଫି କେବଳ ଏକ ପେୟ ପଦାର୍ଥ ନୁହେଁ ବରଂ ଏକ ଅନୁଭୂତି । କଫିର ବାସନା ହିଁ ଅନେକ ଲୋକଙ୍କ ମନ ମୋହିଥାଏ । ବହୁ ଲୋକ କଫି ବାସନାର ଦିୱାନା । କଫି ହାଇ କ୍ୱାଲିଟି କଫି ବିନ୍ସରୁ ତିଆରି କରାଯାଇଥାଏ । କଫି ଅନେକ ପ୍ରକାରର । ଇଣ୍ଟରନ୍ୟାସନାଲ କଫି ଡେ'ରେ ବିଶ୍ୱର ସବୁଠାରୁ ମହଙ୍ଗା କଫି ବିଷୟରେ ଜାଣନ୍ତୁ:

{"id":337206,"sizeSlug":"large"}

କୋପି ଲୁବାକ କଫି- କୋପି ଲୁବାକ କଫି ଦୁନିଆର ସବୁଠାରୁ ମହଙ୍ଗା କଫି ମଧ୍ୟରୁ ଗୋଟିଏ । ଏହା ସିଭିଟ ବିଲେଇ (civet cats)ଗୋବରରୁ ବାହାର କରାଯାଇଥାଏ । ଏଥିପାଇଁ ବିଲେଇକୁ କଫି ବିନ୍ସ ଖାଇବାକୁ ଦିଆଯାଏ । ସେ ଯେତେବେଳେ ଝାଡା କରେ ସେହି କଫି ଫାଇନ କଫି ହୋଇଥାଏ । ଏହି କଫି ପ୍ରଡକ୍ସନ ମୁଖ୍ୟତଃ ଇଣ୍ଡୋନେସିଆର ଜାଭା, ବାଲି ଏବଂ ସୁଲାୱେସି ଦ୍ୱୀପରେ ହୋଇଥାଏ । ୧ ପାଉଣ୍ଡ କଫିର ମୂଲ୍ୟ ୭ ହଜାର ୩୬୦ ଟଙ୍କାରୁ ୪୪ ହଜାର ୧୫୭ ଟଙ୍କା ଯାଏଁ ଥାଏ ।

{"id":337193,"width":559,"height":373,"sizeSlug":"large"}

ବ୍ଲାକ ଆଇଭରୀ କଫି- ବ୍ଲାକ ଆଇଭରୀ କଫିକୁ ହାତୀ ଗୋବରରୁ ତିଆରି କରାଯାଇଥାଏ । ଏଥିପାଇଁ ଉତ୍ତର ଥାଇଲାଣ୍ଡରେ ଅରେବିକା କଫି ବିନ୍ସକୁ ହାତୀଙ୍କୁ ଖାଇବାକୁ ଦିଆଯାଇଥାଏ ।

{"id":337210,"sizeSlug":"large"}

ପରେ ହାତୀଙ୍କ ଗୋବର ଏକତ୍ର କରାଯାଇଥାଏ । ଏହି କଫି କେବଳ ଉତ୍ତର ଥାଇଲାଣ୍ଡରେ ହିଁ ତିଆରି ହୋଇଥାଏ ।

{"id":337197,"sizeSlug":"large"}

ଇଲି ନେଟୋ (El Injerto)- ଇଲି ନେଟୋ କଫି ଗୁଆଟେମାଲାରେ ଏହା ହୁହୁଟେଙ୍ଗୋ ଅଞ୍ଚଳର ପାର୍ବତ୍ୟ ଅଞ୍ଚଳରେ ଚାଷ କରାଯାଇଥାଏ । ଏହି କଫିର ସ୍ୱାଦ ବହୁତ ବଢିଆ । ସେଥିପାଇଁ ଏହି କଫିକୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ଏକ ପାଉଣ୍ଡ କଫିର ଦାମ ୩ ହଜାର ୬୮୦ ଟଙ୍କା ।

{"id":337204,"sizeSlug":"large"}

ଏସ୍ମେରାଲ୍ଡ ସ୍ପେଶାଲ - ଏହି କଫି ପଶ୍ଚିମ ପାନାମାର ବାରୁ ପର୍ବତରେ ହୈସିଏଣ୍ଡା ଲା ଏସ୍ମେରାଲ୍ଡ କ୍ଷେତରେ ହୋଇଥାଏ । ଏହାର ଫଳ ଓ ଫୁଲ ବହୁତ ସ୍ୱାଦିଷ୍ଟ । ଏହି କଫିର ଏକ ପାଉଣ୍ଡର ଦାମ ୨୫ ହଜାର ୭୫୯ ଟଙ୍କା ।

{"id":337202,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.