ଖରା ହେଉ କି ବର୍ଷା ! ସବୁଥିରେ ଲୋଡା ଛତାଟିଏ। ଏଣୁ ସବୁ ବେଳେ ସବୁ ସମୟରେ ସବୁଦେଶରେ ରହିଛି ଛତାର ଚାହିଦା। ଆମ ଦେଶରେ ବର୍ଷା ଋତୁ ଆସିଲେ ଛତା ଖୋଜାପଡେ। ପୁରୁଣା ପାରମ୍ପରିକ ଛତା ସମେତ ଏବେ ଆଧୁନିକ ଡିଜାଇନର ରଙ୍ଗ ବେରଙ୍ଗ ଛତା ବଜାରରେ ଖୁନ୍ଦି ହୋଇଗଲାଣି। ତେବେ ଛତା କିଣିବା ବେଳେ ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଛତା କିଣିଲେ ତିନ୍ତିବାକୁ ପଡିନଥାଏ।
{"id":130397,"width":579,"height":354}ସମୟ ସହିତ ଲୋକଙ୍କ ଚାଲିଚଳଣି ବି ବଦଳିଛି, ଆଉ ତା ସାଙ୍ଗରେ ବଦଳିଛି ବ୍ୟବାହର ଷ୍ଟାଇଲ ବି। ଏଣୁ ବଜାରରେ ଛତା କିଣିବା ବେଳେ ଏବେ ଏହାର ଲମ୍ବା, ଚୌଡା ସାଇଜ ସହ ଷ୍ଟାଇଲ ଓ ଫିଚର ବି ଖୋଜୁଛନ୍ତି ଲୋକେ। ଏହା ସହିତ ଛତା ହ୍ୟାଣ୍ଡବ୍ୟାଗ୍ ଅଥବା ବ୍ୟାକ୍ ପ୍ୟାକରେ ଫିଟ ହେବ କି ନାହିଁ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଣୁ ବଜାରରେ ପାରମ୍ପରିକ ଛତା ସହ ବ୍ରାଣ୍ଡେଡ୍ କମ୍ପାନୀମାନଙ୍କ ଛତା ବି ବେଶ୍ ଚାଲୁଛି। ତେବେ ଆସନ୍ତୁ ଜାଣିବା ବଜାରରେ ଏବେ ଉପଲବ୍ଧ ହେଉଥିବା ବ୍ରାଣ୍ଡେଡ ଛତାରେ କ’ଣ ସବୁ ରହିଛି ଫିଚର।
{"id":130398}ବଜାରରେ ସବୁଠୁ ଅଧିକ ଚାହିଦା ଥିବା ଛତାର ନାମ ହେଉଛି ‘ବ୍ଲଣ୍ଟ ଏକ୍ସ-ଏସ୍’। ଏହି ଛତାକୁ ସବୁ ସ୍ଥାନରେ ସବୁବେଳେ ବ୍ୟବହାର କରିହେବ। ଅନ୍ୟ ଛତା ଭଳି ଏଥିରେ ମୁନିଆମୁନିଆ କୋଣ ନଥାଏ। ଏଣୁ ଭିଡଭାଡ ସ୍ଥାନରେ ବି ସହଜରେ ବ୍ୟବାହର କରିହୁଏ। ବର୍ଷା ସହ ପବନ ବେଗ ବଢିଲେ ବି ଏରୋ ଡାୟନାମିକ ଷ୍ଟାଇଲ ଯୋଗୁ ଏହି ଛତା ଭାଙ୍ଗିବା ଦୂରର କଥା ହାତରେ ହଲଚଲ ବି ହୁଏନି। ଧରିବାକୁ ବେଶ ଭଲ ଲାଗେ। ଏହାର ଆଛାଦନ ଅଞ୍ଚଳ ବେଶ ରହୁଥିବାରୁ ବର୍ଷା ସାଙ୍ଗକୁ ଛିଞ୍ଚରାରେ ବି ଆପଣଙ୍କୁ ସୁଖିଲା ରଖିପାରେ। ସ୍ୱିଚ୍ ଟିପିବା ମାତ୍ରକେ ଖୋଲିଯାଉଥିବା ଏହି ଛତା ହଜିଲେ ବି ଚିନ୍ତା କରିବାର ନାହିଁ। ମୋବାଇଲ ଆପ୍ ରୁ ସହଜରେ ଛତାକୁ ଖୋଜା ଯାଇପାରେ। ଛତାର ବଜାର ମୂଲ୍ୟ ହେଉଛି ମାତ୍ର ୮ ହଜାର ୮୩୬ଟଙ୍କା।
{"id":130399}ସେହିପରି ଆଉ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ଛତା ହେଉଛି ‘ସେଞ୍ଜ ଅରିଜିନାଲ’ । ଯାହାକୁ ଝଡ ତୋଫାନରେ ବି ବ୍ୟବହାର କରିହେବ। ପବନ ଏହାର ସାମାନ୍ୟତମ କ୍ଷତି କରିପାରୁନଥିବା ବେଳେ ଏହାର କାଠିଗୁଡିକ ଆଖି ପାଇଁ ସୁରକ୍ଷିତ। ଏରୋ ଡାୟନେମିକ ମଡେଲିଂ ଯୋଗୁ ଘଣ୍ଟାପ୍ରତି ୬୦ ମାଇଲ ବେଗରେ ବହୁଥିବା ଝଡରେ ବି ଛତା ହାତରେ ହଲଚଲ ହୁଏନି। ଛତାରେ ଲାଗିଥିବା ଫେବ୍ରିକ ଏସପିଏଫ-୫୦ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ କିରଣରୁ ଆସୁଥିବା ଅତିବାଇଗଣି ରଶ୍ମୀରୁ ଛତା ତଳେ ଥିବା ଲୋକକୁ ସୁରକ୍ଷିତ ରଖେ। ଏହି ଛତାର ମୂଲ୍ୟମାତ୍ର ୧୦ ହଜାର ୩୧୩ଟଙ୍କା ।
{"id":130400}‘ଫୁଲଟନ ବର୍ଡକେଜ’ ବ୍ରାଣ୍ଡର ଏହି ଛତା ତଳେ ଥିଲେ ଘରେ ଥିବା ପରିମନେ ହୁଏ। ଏହା ଏକ ଟ୍ରାନ୍ସପାରେଣ୍ଟ ବା ପାରଦର୍ଶି ଛତା। ଛାତ ତଳେ ଥାଇ ବର୍ଷାର ବେଶ ଆନନ୍ଦ ଉଠାଇ ହେବ। ତେବେ ଏହାର ଆକାର ହିଁ ଛତାର ମୁଖ୍ୟ ସମସ୍ୟା। ବନ୍ଦ ଥିବା ବେଳେ ୯୪ ସେଣ୍ଟିମିଟରର ଏହି ଛତା ଖୋଲିଲେ ୮୪ ସେଣ୍ଟିମିଟରର ହୋଇ ଯାଏ। ଯେଉଁଥିପାଇଁ ଛତା ତଳ ସମ୍ପୂର୍ଣ୍ଣ ସୁରକ୍ଷିତ ଅନୁଭବ କରି ହୁଏ । ଏହି ଛତାକୁ ଅନ-ଲାଇନରେ କିଣାଯାଇ ପାରେ। ସେହି ପରି ଆଉ ଗୋଟିଏ ବ୍ରାଣ୍ଡ ହେଉଛି ଭିକ୍ଟୋରିନକ୍ସ ଅଟୋମେଟିକ୍। ଏହି ଛତା ପୁଶବଟନ ସ୍ୱଜିରେ ଖୋଲେ। ହେଲେ ହାତରେ ବନ୍ଦ କରିବାକୁ ପଡେ। ବେଶ ମଜଭୁତ ଏହି ଛତାର ଓଜନ ମାତ୍ର ୪୦ ଗ୍ରାମ। ଯାହାର ଅନଲାଇନ ମୂଲ୍ୟ ରହିଛି ୧୦ ହଜାର ୪୭୫ ଟଙ୍କା