Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି-୩ର ରାତ୍ରୀ ପରୀକ୍ଷଣ ସଫଳ

30/11/2019 at 7:48 PM

ଭଦ୍ରକ ୩୦।୧୧ :  ରାତ୍ରିରେ ପରମାଣୁ ସକ୍ଷମ ଅଗ୍ନି-୩ ଇଣ୍ଟରମିଡିଏଟ ରେଞ୍ଜ ବାଲିଷ୍ଟିକ କ୍ଷପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ଶନିବାର ସନ୍ଧ୍ୟା ସାଢେ ୭ଟା ବେଳେ ଓଡିଶା ଉପକୂଳର ଅବଦୁଲ କାଲାମ ଦ୍ୱୀପରୁ କ୍ଷପଣାସ୍ତ୍ରର ପରୀକ୍ଷା କରାଯାଇଛି।  ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏହି ପରୀକ୍ଷା କରିଥିବା ବେଳେ ଏହା ସଫଳ ହୋଇଥିବା ସୂଚନା ଦିଆଯାଇଛି।

ଭୂ-ପୃଷ୍ଠ ରୁ ଭୂ-ପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଏହି  ଦୂରଗାମୀ ନ୍ୟୁ କ୍ଲିୟର କ୍ୟାପାବଲ କ୍ଷପଣାସ୍ତ୍ରକୁ ଅନ୍ତରିଣ ଟେଷ୍ଟ ରେଞ୍ଜର ଲଞ୍ଚିଂ କମ୍ପ୍ଲେକ୍ସ -୪ରୁ ପ୍ରୟୋଗ କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ଅନୁସନ୍ଧା ସଙ୍ଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି କ୍ଷପଣାସ୍ତ୍ର ଭାରତୀୟ ସେନାରେ ପୂର୍ବରୁ ସାମିଲ ହୋଇସାରିଛି।

୨୦ ମିଟର ଦୀର୍ଘ ୨ ଥାକିଆ ଏହି କ୍ଷପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୨ହଜାର କିଲୋମିଟରରୁ ବି ଅଧିକ ବୋଲି କୁହାଯାଇଛି। ୧୭ ଟନ ଓଜନର ଏହି କ୍ଷପଣାସ୍ତ୍ରର ୧୦୦୦ କେଜି ଓଜନର ଭାର ବହନ କରିବାର କ୍ଷମତା ରହିଛି।

   Related Posts