Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି

6/12/2019 at 3:55 PM

ଖୋର୍ଦ୍ଧା ୬।୧୨: ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ଗସ୍ତରେ ଆସୁଛନ୍ତି । ଖୋର୍ଦ୍ଧା ବରୁଣେଇ ପାଦଦେଶରେ ଥିବା ପାଇକ ସ୍ମାରକୀର ଭୂମି ପୂଜନ କରିବେ ରାଷ୍ଟ୍ରପତି । ୮ ତାରିଖ ଦିନ ଦିନ ୧୦ଟା ୧୦ମିନିଟ୍ ସମୟରେ ରାଷ୍ଟ୍ରପତି ଖୋର୍ଦ୍ଧା ଗୋସଳା ପଡ଼ିଆରେ ହେଲିକପ୍ଟର ଯୋଗେ ଅବତରଣ କରିବେ ଓ ସେଠାରୁ ସଡକ ପଥ ଯୋଗେ ପ୍ରସ୍ତାବିତ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ତେଣୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଓଡ଼ିଶାର ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି ଉଭୟ ହେଲିପ୍ୟାଡ଼ ଓ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ବରେ ୪ଜଣ ଏସପି ସ୍ତରୀୟ ଅଧିକାରୀ, ୧୨ଜଣ ଡ଼ିଏସପି ଏବଂ ୩୦ରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଡିଜିପି କହିଛନ୍ତି ।

   Related Posts