Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳ ବିମାନ ଦୁର୍ଘଟଣା ମୃତକଙ୍କ ଲାଗି ମଧ୍ୟବର୍ତ୍ତିକାଳୀନ ସହାୟତା ଘୋଷଣା, ପ୍ରତି ମୃତକଙ୍କ ପରିବାରକୁ ମିଳିବ ୧୦ଲକ୍ଷ ଟଙ୍କା

8/08/2020 at 4:16 PM

ନୂଆଦିଲ୍ଲୀ ୮।୮: କେରଳ କୋଝିକୋଡ କାରୀପୁର ବିମାନବନ୍ଦରରେ ଶୁକ୍ରବାର ହୋଇଥିବା ବିମାନ ଦୁର୍ଘଟଣା ମୃତକଙ୍କ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନ୍ତରୀଣ ସହାୟତା ଘୋଷଣା କରିଛନ୍ତି। ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ଏହି ସହାୟତା ଘୋଷଣା କରିଥିବା ବେଳେ ପ୍ରତି ମୃତକଙ୍କ ପରିବାର ଲାଗି ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଏହି ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୁରୀ ଶନିବାର କେନ୍ଦ୍ର ମନ୍ତ୍ରୀ ବି.ମୂରଲୀଧରନ ଓ ସାଂସଦ ପି.କେ.କୁହ୍ନାଲୀ କୁଟ୍ଟୀଙ୍କ ସହ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ପୁରୀ ଅନ୍ତରୀଣ ସହାୟତା ଘୋଷଣା କରିଛନ୍ତି।

ଏଥିରେ ଗୁରୁତର ଆହତ ଯାତ୍ରୀଙ୍କ ନିମନ୍ତେ ୨ଲକ୍ଷ ଟଙ୍କାର ସହାୟତା  ନିମନ୍ତେ ପୁରୀ ଘୋଷଣା କରିଥିବା ବେଳେ ଆହତ ଯାତ୍ରୀଙ୍କ ନିମନ୍ତେ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ସରକାର ଘୋଷଣା କରିଥିବା ସହାୟତା ବିଭିନ୍ନ ଏଜେନ୍ସୀ ଓ ବିମାନର ବୀମା କରିଥିବା କମ୍ପାନୀଙ୍କ କ୍ଷତିପୂରଣଠାରୁ ପୃଥକ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ତେବେ ବିମାନ ଦୁର୍ଘଟଣାର କାରଣ ଏବେ ଜଣାପଡିନଥିବା ଓ ମାମଲାର ଯାଞ୍ଚ ପରେ ଯାହା କୁହାଯାଇପାରିବ ବୋଲି ପୁରୀ କହିଛନ୍ତି।

   Related Posts