ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଇଥର ହେବାକୁ ପଡ଼ିଥିଲା କିନ୍ନର : ଜାଣନ୍ତୁ କାରଣ

Published By : Prameya-News7 Bureau | September 11, 2019 IST

ଭଗବାନ ଶ୍ରୀକୃଷ୍ଣ ଯେତେ ଦିନ ଯାଏଁ ଧରାପୃଷ୍ଠରେ ଥିଲେ, ସେ ସର୍ବଦା ବିଭିନ୍ନ ଲୀଳା ଖେଳା କରୁଥିଲେ। ତାଙ୍କ ଲୀଳାର ରହସ୍ୟ ସାଧାଣ ମନୁଷ୍ୟ ତ ଦୂରର କଥା ଦେବତାମାନେ ମଧ୍ୟ ବୁଝି ପାରୁନଥିଲେ । ନିଜ ଲୀଳା ଦ୍ବାରା କେତେବେଳେ ସଂସାରକୁ ହସିବା ଶିଖାଇଥିଲେ ତ କେତେବେଳେ ପ୍ରେମ କରିବା ଶିଖାଇଥିଲେ। ଏବଂ ଅସତ୍ୟକୁ ପରାଜିତ କରିବା ପାଇଁ ତାଙ୍କ ଲୀଳା ସର୍ବଦା ଉଦ୍ଧିଷ୍ଟ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶ୍ରୀକୃଷ୍ଣ ତାଙ୍କ ଜୀବନକାଳ ମଧ୍ୟରେ ୨ଥର କିନ୍ନର ରୂପ ଧାରଣ କରିଥିଲେ ।  ପ୍ରଥମ ଥର ନିଜ ପ୍ରେମକୁ ପାଇବା ପାଇଁ ଏବଂ ଦ୍ବିତୀୟ ଥର ଧର୍ମ ସଂସ୍ଥାପନ ଲାଗି ହେଉଥିବା ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ବିଜୟୀ କରିବା ଲାଗି ।

{"id":156095}

ଥରେ ରାଧା ଅଭିମାନ କରି ବସିଥିଲେ। ତାଙ୍କ ସଖିମାନେ ତାଙ୍କୁ ବହୁତ ବୁଝାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ଅଭିମାନ କମ୍ ହୋଇନଥିଲା। ସେ ଯେତେ ରାଧାଙ୍କୁ ବୁଝାଇଥିଲେ ରାଧାଙ୍କ ଅଭିମାନ ସେତେ ବଢ଼ିଯାଇଥିଲା। ଭଗବାନ ଶ୍ରୀକୃଷ୍ଣ ,ରାଧାଙ୍କୁ ଭେଟିବାକୁ ଚାହୁଁଥିଲେ କିନ୍ତୁ ସେମାନଙ୍କର ମିଳନ ହୋଇପାରୁନଥିଲା। ରାଧାଙ୍କ ସଖିଙ୍କ ପରାମର୍ଶରେ ଭଗବାନ ଶ୍ରୀକୃଷ୍ଣ କିନ୍ନର ବେଶରେ ଶ୍ୟାମରୀ ସଖି ନାଁରେ ରାଧାଙ୍କ ନିକଟକୁ ଯାଇଥିଲେ।

{"id":156096}

ଶ୍ୟାମରୀ ସଖୀ ବୀଣା ବଜାଇ ରାଧାଙ୍କ ଘର ପାଖରେ ପହଞ୍ଚିଥିଲେ । ଏହା ପ​‌ରେ ରାଧା ବୀଣାର ସ୍ବର ଲହରୀ​ରେ ମନ୍ତ୍ରମୁଗ୍ଧ ହୋଇ ଘରୁ ବାହାରି ଆସିଥିଲେ ଏବଂ ଶ୍ୟାମରୀ ସଖୀଙ୍କ ଅଦ୍ଭୁତ ରୂପ ଦେଖି ତାଙ୍କୁ ଚାହିଁ ରହିଥିଲେ। ରାଧା ,ଶ୍ୟାମରୀ ସଖୀଙ୍କୁ ନିଜ ଗଳାର ହାର ଦେବାକୁ ଚାହିଁଥିଲେ କିନ୍ତୁ ଶ୍ରୀକୃଷ୍ଣ ଏହା ନେବାକୁ ମନା କରିଦେଇଥିଲେ । ତା ବଦଳରେ ମାନ ଭଞ୍ଜନ ଲାଗି ନିବେଦନ କରିଥିଲେ। ଫଳରେ ରାଧା ବୁଝିଯାଇଥିଲେ ଯେ ସେ ଶ୍ୟାମରୀ ସଖି ନୁହେଁ ବରଂ ତାଙ୍କ ଶ୍ୟାମ।  ଏହାପରେ ରାଧାଙ୍କ ମାନଭଞ୍ଜନ ହୋଇଥିଲା । ରାଧା ଓ କୃଷ୍ଣଙ୍କ ଦିବ୍ୟ ମିଳନ ହୋଇଥିଲା।

{"id":156097}

ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବଙ୍କ ବିଜୟ ପାଇଁ ରଣଚଣ୍ଡୀଙ୍କୁ ପ୍ରସନ୍ନ କରିବା ଜରୁରୀ ଥିଲା। ଏଥିପାଇଁ ଜଣେ ରାଜକୁମାରଙ୍କୁ ବଳି ଦେବାର ଆବଶ୍ୟକ ହେଉଥିଲା। ଏପରି ପରିସ୍ଥିତିରେ ଅର୍ଜୁନଙ୍କ ପୁଅ ଇରାବଣ କହିଥିଲେ ​ଯେ ସେ ବଳିଦାନ ଦେବାକୁ ପ୍ରସ୍ତୁତ। କିନ୍ତୁ ଇରାବନ ଏଥିପାଇଁ ଏକ ସର୍ତ୍ତ ରଖିଥିଲେ। ତାଙ୍କ ସର୍ତ୍ତ ଏୟା ଥିଲା ଯେ ବଳି ଦେବା ପୂର୍ବରୁ ସେ ଗୋଟିଏ ରାତି ପାଇଁ ବିବାହ କରିବାକୁ ଚାହୁଁଛନ୍ତି। ତେବେ ଗୋଟିଏ ରାତି ପାଇଁ ବିବାହ ଲାଗି କୌଣସି କନ୍ୟା କିପରି ରାଜି ହେବ ତାକୁ ନେଇ ପାଣ୍ଡବ ଶିବିରରେ ଚିନ୍ତା ଖେଳିଯାଇଥିଲା ।  ଭଗବାନ ଶ୍ରୀକୃଷ୍ଣ ଏହାର ସମାଧାନ ବାହାର କରିଥିଲେ ।  ମହାଭାରତର ଧର୍ମ ଯୁଦ୍ଧରେ ପାଣ୍ଡବଙ୍କୁ ବିଜୟୀ କରିବା ପାଇଁ ସ୍ବୟଂ କିନ୍ନର ରୂପ ଧାରଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣ,ଇରାବନଙ୍କୁ ବିବାହ କରିଥିଲେ। ପରଦିନ ଇରାବନଙ୍କ ବଳି ଦିଆଯାଇଥିଲା।

{"id":156098}

ସେଥିପାଇଁ ଆଜି ବି ତାମିଲନାଡ଼ୁରେ ପ୍ରତିବର୍ଷ କିନ୍ନରମାନେ କୋଥାଦମ୍ବର ମନ୍ଦିରରେ ଏହି ପରମ୍ପରାକୁ ପାଳି ଆସୁଛନ୍ତି। କିନ୍ନରମାନେ ତାଙ୍କ ଦେବତା ଇରାବନଙ୍କୁ ବିବାହ କରି ପରଦିନ ବିଧବା ହୋଇଥାଆନ୍ତି।

{"id":156099}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.