ଗଣିତରେ କାହିଁକି ଦିଆଯାଉନି ନୋବେଲ ପୁରସ୍କାର, ଜାଣନ୍ତୁ କାରଣ

Published By : Prameya-News7 Bureau | October 17, 2019 IST

୨୦୧୯ ବର୍ଷ ଲାଗି ନୋବେଲ ଘୋଷଣା ହୋଇସାରିଛି। ଚଳିତବର୍ଷ ଭୌତିକ, ରସାୟନ ଶାସ୍ତ୍ର, ଚିକିତ୍ସା, ଅର୍ଥଶାସ୍ତ୍ର, ଶାନ୍ତି ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ବିଶ୍ୱର ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଛି। ତେବେ ଯେତେବେଳେ ବି ନୋବେଲ ପୁରସ୍କାର ଘୋଷଣା କରାଯାଏ ସେଥିରେ ଗଣିତକୁ ନେଇ ସ୍ୱତଃ ପ୍ରଶ୍ନ ଉଠେ। ନୋବେଲ ସ୍ଥାପନା ଦିନଠାରୁ ଏପର୍ଯ୍ୟନ୍ତ ଗଣିତରେ ନୋବେଲ କେବେ ଘୋଷଣା ହୋଇ ନାହିଁ। ତେବେ ଏ ସମ୍ପର୍କରେ ଆସନ୍ତୁ ଜାଣିବାକ କାହିଁ କି ଗଣିତରେ ଦିଆଯାଉନି ନୋବେଲ।

{"id":171047}

କୁହାଯାଏ ଆଲଫ୍ରେଡ ନୋବେଲ ଗଣିତଜ୍ଞମାନଙ୍କୁ ପସନ୍ଦ କରୁନଥିଲେ। ତେବେ ଏହା ସତ୍ୟ ନୁହେଁ । ସେହିପରି ଅନ୍ୟ ଯେଉଁ କାରଣଟି କୁହାଯାଏ ତାହା ହେଉଛି ଆରମ୍ଭରୁ ହିଁ ନୋବେଲ ଗଣିତଜ୍ଞଙ୍କୁ ପୁରସ୍କାରରୁ ଦୂରେଇ ରଖିଥିଲେ। କାରଣ ତାଙ୍କର ଡର ଥିଲା ହୁଏତ ସ୍ୱିଡେନ ଗଣିତଜ୍ଞ ଗୋଷ୍ଟା ମିଟେଗ୍ ଲୋଫ୍ଲୋର ହୁଏତ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇପାରନ୍ତି । ତେବେ ବୁଦ୍ଧିଜୀବିମାନେ ଏହି କାରଣକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ଗଣିତକୁ ନୋବେଲ ପୁରସ୍କାରରୁ କାହିଁକି ବାଦ ଦିଆଯାଇଛି ତାହା ଜାଣିବାକୁ ହେଲେ ସେ କେଉଁ ୫ଟି କ୍ଷେତ୍ରକୁ ଏଥିଲାଗି ଚୟନ କରିଛନ୍ତି ତାହା ପ୍ରଥମେ ବୁଝିବାକୁ ହେବ।

{"id":171048,"align":"center","width":477,"height":453}

ନୋବେଲରେ ଗଣିତ କାହିଁକି ସାମିଲ ହୋଇ ନାହିଁ ସେଥିଲାଗି ମିଚିଗାନ ୟୁନିଭର୍ସିଟିର ଗଣିତଜ୍ଞ ଲିଝେନ ଜୀ ଗବେଷଣା କରିଥିଲେ। ୨୦୧୩ ମସିହାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ କଂଗ୍ରେସ ଅଫ ଚାଇନିଜ୍ ମ୍ୟାଥମେଟିସିଆନଙ୍କ ଜର୍ଣ୍ଣାଲରେ ଏ ନେଇ ଏକ ନିବନ୍ଧ ମଧ୍ୟ ଲେଖିଥିଲେ। ଯେଉଁଥିରେ ଗଣିତକୁ ନୋବେଲରୁ ପୃଥକ ରଖାଯିବାର ଏହା କାରଣ ବୋଲି ଉଲ୍ଲେଖ କରିଥିଲେ। ଏଥିରେ ଭୌତିକ ଓ ରସାୟନକୁ ନୋବେଲ ଏଥିଲାଗି ପୁରସ୍କାରରେ ସ୍ଥାନିତ କରିଥିଲେ ଯେହେତୁ ସେ ନିଜେ ଜଣେ ବୈଜ୍ଞାନିକ ଥିଲେ। ସେହିପରି ଚିକିତ୍ସା ବିଜ୍ଞାନର ବିକାଶ ହେଉ ବୋଲି ନୋବେଲ ଚାହୁଁଥିଲେ। ଏଣୁ ପୁରସ୍କାରରେ ଚିକିତ୍ସାକୁ ସାମିଲ କରିଥିଲେ।

{"id":171049,"width":584,"height":329}

ସେହିପରି ସାହିତ୍ୟ ପ୍ରତି ନୋବେଲଙ୍କ ବିଶେଷ ଋଚି ଥିଲା। ସେ ଯୁବାବସ୍ଥାରେ ନିଜେ କବିତା ଓ ନାଟକ ପ୍ରତି ବିଶେଷ ଆକର୍ଷିତ ହୋଇପଡିଥିଲେ। ସେ ଅନେକ କବିତା ସାଙ୍ଗକୁ ନାଟକ ବି ରଚନା କରିଥିଲେ। ଶାନ୍ତି ଲାଗି ନୋବେଲ ସ୍ଥାପନାର ଏକ ସୁନ୍ଦର କାହାଣୀ ଲେଖିଛନ୍ତି ଜୀ । ଯେଉଁଥିରେ ନୋବେଲ ଜାଣିଥିଲେ ବେରୋନେସ୍ ବର୍ଥା ସଟନରଙ୍କୁ ଶାନ୍ତି ଲାଗି ଦିନେ ନା ଦିନେ ନିଶ୍ଚିତ ପୁରସ୍କୃତ କରାଯିବ।  ବାସ୍ତବରେ ସେଇଆ ହିଁ ହୋଇଥିଲା। ‘ଲେ ଡାଉନ ୟୋର ଆର୍ମସ’ ଉପନ୍ୟାସ ଲାଗି ସଟନରଙ୍କୁ ୧୦୫ ମସିହାରେ ଶାନ୍ତି ନୋବେଲରେ ସମ୍ମାନିତ କରାଯାଇଥଲା।  

{"id":171050}

ଯଦିଓ ଗଣିତ ଲାଗି ସ୍ୱତନ୍ତ୍ର ପୁରସ୍କାର ସ୍ଥାପିତ ହୋଇ ନାହିଁ ତଥାପି ଗଣିତଜ୍ଞମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ଲାଗି ନୋବେଲରେ ସମ୍ମାନୀତ କରାଯାଇଛି। ଏଥିରେ ପ୍ରଖ୍ୟାତ ଗଣିତଜ୍ଞ ବର୍ଟ୍ରାଣ୍ଡ ରସେଲଙ୍କୁ ୧୯୫୦ ମସିହାରେ ସାହିତ୍ୟ ନୋବେଲରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୧୯୫୪ ମସିହାରେ ମେକ୍ସ ବାର୍ଣ୍ଣ ଓ ୱାଲ୍ଟର ୱାନଙ୍କୁ ଫିଜିକ୍ସ ନୋବେଲ ଓ ୧୯୯୪ ମସିହାରେ ଜନ ନେସ୍ ଙ୍କୁ ଗେମ୍ ଥିଓରୀ ଲାଗି ଅର୍ଥଶାସ୍ତ୍ର ନୋବେଲ ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.