Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଶନି ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜାଳି କରାଯାଏ ପୂଜା: ପଢନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

20/02/2021 at 1:11 PM

ଭୁବନେଶ୍ୱର ୨୦/୦୨ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଶନିବାର ଦିନ ଶନିଦେବଙ୍କୁ ପୂଜାର୍ଚ୍ଚନା କରାଯାଏ। ଶନିଙ୍କ ପ୍ରକୋପରୁ ରକ୍ଷା ପାଇବାକୁ କିଛି ଲୋକେ ଅଶ୍ୱଥ ବୃକ୍ଷ ମୂଳରେ ସୋରିଷ ତେଲ ଦୀପ ଜାଳି ପୂଜା କରିଥାନ୍ତି। ପୌରାଣିକ କଥା ଅନୁସାରେ ଏହି ଉପାୟ ଦ୍ୱାରା ମହାଦେଶ, ଶନି ସାଢେସାତୀ, ଢେୟାର ପ୍ରଭାବ କମ କରାଯାଇପାରେ। ଏହା ପଛରେ କଣ ପୌରାଣିକ କାରଣ ଅଛି ପଢନ୍ତୁ ରୋଚକ କଥା।

ପୌରାଣିକ କଥା ଅନୁସାରେ, ତ୍ରେତୟା ଯୁଗରେ ଥରେ ଭୟାବହ ଦୁର୍ଭିକ୍ଷ ପଡିଥିଲା। କୌଶିକ ଋଷି ମଧ୍ୟ ଏହି ପୀଡାରୁ ବର୍ତ୍ତୀ ପାରିଲେନି। ସେ ପତ୍ନୀ ଓ ପିଲାଙ୍କୁ ଧରି ସୁରକ୍ଷିତ ସ୍ଥାନ ଖୋଜିଲେ। ରାସ୍ତାରେ ପରିବାରର ଭରଣ-ପୋଷଣ କଠିନ ହୋଇପଡ଼ିବାରୁ ଗୋଟିଏ ପୁତ୍ରକୁ ସେ ଅଧା ବାଟରେ ଛାଡି ଦେଲେ। ସେ ବହୁତ ଦୁଃଖିତ ହେଲା। ବାଳକକୁ ଗୋଟିଏ ସ୍ଥାନରେ ଅଶ୍ୱଥ ବୃକ୍ଷ ଓ ଗୋଟିଏ ପୋଖରୀ ନଜର ଆସିଲା। ଭୋକରେ ବ୍ୟାକୁଳ ବାଳକ ଅଶ୍ୱଥ ପତ୍ର ଖାଇ ପୋଖରୀର ପାଣି ସେଠାରେ ଜୀବନ ବିତାଇଲା।

ଦିନେ ନାରଦଙ୍କ ନଜର ବାଳକ ଉପରେ ପଡିଲା। ବାଳକର ସାହସରୁ ପ୍ରଭାବିତ ହୋଇ ସେ ବାଳକ ପାଖକୁ ଆସି ଭଗବାନ ବିଷ୍ଣୁଙ୍କ ପୂଜା ବିଧି କହି ପୂଜା କରିବାକୁ କହିଥିଲେ। ନାରଦଙ୍କ କଥା ଶୁଣି ବାଳକ ନିୟମିତ ଭଗବାନ ବିଷ୍ଣୁଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରିଥିଲା। ତାଙ୍କ ଠାରୁ ଯୋଗ ଓ ଜ୍ଞାନ ଶିକ୍ଷା କରି ମହର୍ଷି ହୋଇଗଲେ। ନାରଦ ତାଙ୍କ ନାଁ ରଖିଲେ ପିପ୍ପଲାଦ।

ଦିନେ ମହର୍ଷି ପିପ୍ପଲାଦ ନାରଦଙ୍କୁ ନିଜ ବାଲ୍ୟକାଳର କଷ୍ଟର କାରଣ ପଚାରିଲେ। ନାରଦ କହିଥିଲେ ତାଙ୍କର ଏହି ଦୁଃଖର କାରଣ ଶନିଙ୍କ ମନାମାନୀ ଓ ଆତ୍ମଭିମାନୀ ବ୍ୟବହାର। ଯେଉଁଥିପାଇଁ ସବୁ ଦେବତା ତାଙ୍କୁ ଭୟ କରନ୍ତି। ଏହି ଶୁଣି ପିପ୍ପଲାଦଙ୍କୁ କ୍ରୋଧ ଆସିଲା। ସେ କ୍ରୋଧ ନୟନରେ ଆକାଶ ଆଡକୁ ମୁହଁ କରି ଶନିଙ୍କୁ ଦେଖିଲେ। ପିପ୍ପଲାଦଙ୍କ କ୍ରୋଧଭରା ନଜରର ପ୍ରଭାବରେ ଶନି ଆହତ ହୋଇ ଜମିରେ ପଡିଗଲେ। ଶନିଙ୍କ ଗୋଟିଏ ଗୋଡ ଆହତ ହୋଇଥିଲା। ପିପ୍ପଲାଦ ତଥାପି ଶାନ୍ତ ହେଲେନି। ଆଉ କିଛି ଅଘଟଣ ନ ହେଉ ସେଥିପାଇଁ ବ୍ରହ୍ମା ସେଠାରେ ଆସି ପହଞ୍ଚିଲେ। ସେ କହିଥିଲେ ବିଧି ବିଧାନ ଅନୁସାରେ ଶନିଙ୍କୁ ନିଜ କାମ କରିବାକୁ ପଡିଥାଏ। ତାଙ୍କ ସହ ଯାହା ଘଟିଲା ସେଥିପାଇଁ ଶନିଙ୍କର କିଛି ଭୁଲ ନାହିଁ ବୋଲି ସେ କହିଥିଲେ।

ବ୍ରହ୍ମା ପିପ୍ପଲାଦଙ୍କୁ ଆଶୀର୍ବାଦ ଦେଲେ ଯେ ଶନିବାର ଦିନ ପିପ୍ପଲାଦଙ୍କୁ ଧ୍ୟାନ କରି ଯିଏ ବି ଶନିଦେବଙ୍କୁ ପୂଜା କରିବ ତାଙ୍କୁ ଶନି କଷ୍ଟରୁ ମୁକ୍ତି ମିଳିବ। ସେବେଠାରୁ ଶନିବାର ଦିନ ଶନି ଗ୍ରହଙ୍କୁ ଶାନ୍ତ କରିବାକୁ ଶନିଦେବଙ୍କ ସହ ଅଶ୍ୱଥ ବୃକ୍ଷକୁ ପୂଜା କରିବ ବିଧାନ ରହିଛି।

(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts