ସୁଟିଂ ସେଟ୍‌ରେ ପ୍ରେମ...ବ୍ରେକ୍ ସମୟରେ ବିବାହ, ପ୍ରଖ୍ୟାତ ଅଭିନେତା ଦେବ ଆନନ୍ଦଙ୍କ ନିଆରା ଲଭ୍ ଷ୍ଟୋରୀ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯: ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଦେବ ଆନନ୍ଦ ହୁଏ ତ ଆଜି ନାହାଁନ୍ତି, କିନ୍ତୁ ଆଜି ବି ଯେତେବେଳେ ହିନ୍ଦୀ ସିନେମାର ଇତିହାସ ଉଲ୍ଲେଖ କରାଯାଏ, ତାଙ୍କ ନାମ ନିହାତି ସ୍ମରଣ କରାଯାଏ। ଦେବ ଆନନ୍ଦ ତାଙ୍କ ସମୟର ସବୁଠାରୁ ହ୍ୟାଣ୍ଡସମ୍ ହିରୋଙ୍କ ମଧ୍ୟରେ ଜଣେ ଥିଲେ। ଝିଅମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ସବୁ ସୀମା ପାର ହୋଇଯାଉଥିଲେ। ଦମଦାର ଅଭିନୟ ସହିତ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଦେବ ଆନନ୍ଦ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ବହୁତ ରୋମାଣ୍ଟିକ୍ ଥିଲେ। ସେଥିପାଇଁ ତ ସେ ଫିଲ୍ମ ସୁଟିଂର ଲଞ୍ଚ୍ ବ୍ରେକ୍‌ରେ ବିବାହ କରିଥିଲେ।

{"width":635,"height":635}
He defined Dashing for me - DevAnand and Kalpana Kartik. From  bhawanasomaaya's The Story So Far. Photooftheday | Anupama Chopra |  Scoopnest

ଏକ ଇଣ୍ଟରଭ୍ୟୁରେ ଦେବ ଆନନ୍ଦ ନିଜେ ଏହା କହିଥିଲେ। ସେ କହିଥିଲେ, ‘ବାଜୀ ସୁଟିଂ ସେଟରେ ମୁଁ ଏବଂ କଳ୍ପନା କାର୍ତ୍ତିକ ପରସ୍ପରକୁ ଭଲପାଇ ବସିଥିଲୁ। ଯେତେବେଳେ ମୁଁ କଳ୍ପନାଙ୍କୁ କହିଥିଲି ଯେ ଆସନ୍ତାକାଲି ଆମେ ନିର୍ବନ୍ଧ କରିବାକୁ ଯାଉଛୁ ସେତେବେଳେ ସେ କହିଥିଲେ, ନିର୍ବନ୍ଧ ନୁହେଁ... ସିଧା ବିବାହ ହେବ। ମୁଁ ଏକ ସୁନ୍ଦର ରିଙ୍ଗ ମଧ୍ୟ ପସନ୍ଦ କରିସାରିଥିଲି କିନ୍ତୁ କଳ୍ପନା ସିଧାସଳଖ ବିବାହ କରିବାକୁ ଜିଦ୍ ଧରିଥିଲେ।’

{"width":634,"height":416}
सेट पर हुआ प्यार... शूटिंग के ब्रेक में हो गई  शादी,  दिलचस्प है  देव आनंद की Love Story

ସେ ଆହୁରି କହିଥିଲେ,'ଟ୍ୟାକ୍ସି ଡ୍ରାଇଭର'ର ସୁଟିଂ ସମୟରେ ଏକ ଛୋଟ ବ୍ରେକ୍ ହୋଇଥିଲା, କ୍ୟାମେରାମ୍ୟାନ ରତ୍ରାଙ୍କୁ ସେହି ସମୟରେ ସେଟରେ ଲାଇଟିଂ କରିବାର ଥିଲା। ଦେବ ବାହାରକୁ ଆସି କଳ୍ପନାଙ୍କୁ ମଧ୍ୟ ବାହାରକୁ ଡାକିଥିଲେ। ଉଭୟ ମ୍ୟାରେଜ୍ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟକୁ ଯାଇ ମ୍ୟାରେଜ୍ କରି ପୁଣି ଫିଲ୍ମର ସେଟ୍ ରେ ପହଞ୍ଚିଗଲୁ।

{"width":635,"height":613}
PunjabKesari

ସୂଚନା ଅନୁଯାୟୀ, ପୂର୍ବରୁ ଦେବ ଆନନ୍ଦ ଫିଲ୍ମ ଅଭିନେତ୍ରୀ ସୁରେୟାଙ୍କୁ ଭଲପାଉଥିଲେ। ଏକ ଗୀତର ସୁଟିଂ ସମୟରେ ଦେବ ଆନନ୍ଦ ଏବଂ ସୁରେୟାଙ୍କ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା। ସେ ହିରୋପରି ନିଜ ହିରୋଇନଙ୍କୁ ବଞ୍ଚାଇଥିଲେ। ଏହା ପରେ ସୁରେୟା ଦେବ ଆନନ୍ଦଙ୍କ ପ୍ରେମରେ ପଡିଯାଇଥିଲେ, କିନ୍ତୁ ସୁରେୟାଙ୍କ ଜେଜେମା’ଙ୍କ ଅନୁମତି ନମିଳିବାରୁ ଦୁହେଁ ପ୍ରେମରେ ସଫଳ ହୋଇପାରିଲେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.