ଏବେ ଆପଣଙ୍କ ଜମା ଉପରେ ସୁଧ କମ୍ , ଜାଣନ୍ତୁ ବ୍ୟଙ୍କ ଓ ପୋଷ୍ଟ ଅଫିସ ଦେବେ କେତେ?

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩:  ବ୍ୟାଙ୍କ ମିଆଦି ଜମା ତ୍ରୈମାସିକ ସୁଧରେ ପରିବର୍ତ୍ତନ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏଥିରେ ଦେଢ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ସଞ୍ଚୟ ପ୍ରୋତ୍ସାହନ ଯୋଜନା ୨୦୧୮ରେ ଏହି ସୁଧହାର ପରିବର୍ତ୍ତନ କରାଯାଇଥିବା ବେଳେ ନୂଆ ୧ ଏପ୍ରିଲରୁ ୩୦ଜୁନ ତ୍ରୈମାସିକରେ ନୂଆ ସୁଧହାରରେ ସୁଧ ମିଳିବ।

{"id":247186,"width":580,"height":386,"sizeSlug":"large"}

ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ସଞ୍ଚୟ ଜମା ଉପରେ ଏବେବି ସୁଧହାର ୪ ପ୍ରତିଶତ ଥିବା ବେଳେ ମିଆଦି ଜମା ସୁଧହାରରେ ପରିବର୍ତ୍ତନ ହୋଇଛି। ସେହି ଅନୁସାରେ ୧ ଏପ୍ରିଲରୁ ୧ ବର୍ଷ ନିମନ୍ତେ ହୋଇଥିବା ମିଆଦି ଜମାରେ ଏବେ ୫.୫ ପ୍ରତିଶତ ସୁଧ ମିଳିବ। ପୂର୍ବରୁ ଏହି ହାର ୬.୯ ପ୍ରତିଶତ ଥିଲା। ସେହିପରି ୨ଓ ୩ ବର୍ଷିଆ ଜମା କ୍ଷେତ୍ରରେ ମଧ୍ୟ ଏହି ସୁଧହାର ପ୍ରଜୁଯ୍ୟ ହେଉଥିବା ବେଳେ ୫ ବର୍ଷିଆ ଅବଧି ଜମାରେ ଗତ ତ୍ରୈମାସିକ (ଜାନୁୟାରୀ-ମାର୍ଚ୍ଚ)ରେ ଥିବା ୭.୭ ପ୍ରତିଶତ ସୁଧହାରକୁ ୬.୭ ପ୍ରତିଶତକୁ ହ୍ରାସ କରାଯାଇଛି।

{"id":247187,"width":575,"height":539,"sizeSlug":"large"}

ସେହିପରି ୫ ବର୍ଷିଆ ରେକରିଂ ଡିପୋଜିଟରେ ଗତ ତ୍ରୈମାସିକରେ ମିଳିଥିବା ୭.୨ ପ୍ରତିଶତ ସୁଧହାର ଆଗାମୀ ତ୍ରୈମାସିକରେ ୫.୮ ପ୍ରତିଶତ ମିଳିବ। ବରିଷ୍ଠ ନାଗରିକଙ୍କ ଜମା ଉପରେ ମିଳିଥିବା ୮.୬ ପ୍ରତିଶତ ସୁଧହାର ଆଗାମୀ ତ୍ରୈମାସିକରେ ୭.୪ ପ୍ରତିଶତ ରହିବ। ମାସିକ ଆୟ ଆକାଉଣ୍ଟରେ ମିଳିଥିବା ୭.୬ ପ୍ରତିଶତ ସୁଧହାର ଏବେ ଜୁନ ପର୍ଯ୍ୟନ୍ତ ୬.୬ ପ୍ରତିଶତ ହାରରେ ମିଳିବ। ଜାତୀୟ ସଞ୍ଚୟ ସାର୍ଟିଫିକେଟରେ ଗତ ତ୍ରୈମାସିକରେ ମିଳିଥିବା ୭.୯ ପ୍ରତିଶତ ସୁଧା ଆଗାମୀ ତ୍ରୈମାସିକରେ ୬.୮ପ୍ରତିଶତକୁ ଖସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.