Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରରୁ ୫ ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗିରଫ

ସମ୍ବଲପୁର ୧୫।୯: ସମ୍ବଲପୁରରୁ ୫ ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗିରଫ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରି ଗିରଫ କରିଛି ଚାରମାଳ ଥାନା ପୋଲିସ । ଗିରଫ ଲୁଟେରାମାନେ ସମ୍ବଲପୁର ଓ ସୋନପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ୧୧ ହଜାର ଟଙ୍କା, ଗୋଟିଏ ଟାବଲେଟ୍, ଗୋଟିଏ ବାଇକ୍, ଗୋଟିଏ ମୋବାଇଲ୍ ଫୋନ ଜବତ ହୋଇଛି । ଏମାନେ ହାଇୱେରୁ ଟ୍ରକ ଡ୍ରାଇଭର ଓ ଅନ୍ୟାନ୍ୟ ଗାଡିରୁ ଲୁଟ୍ କରୁଥିଲେ । ଏହାସହ ବିଭିନ୍ନ ମନ୍ଦିରରୁ ମଧ୍ୟ ଚୋରି କରୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

128 Views

   ସମ୍ବନ୍ଧିତ ଖବର