Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ତଃଜିଲ୍ଲା ବୋଲେରୋ ଡକାୟତ ଗିରଫ

17/05/2019 at 2:42 PM

ଉଦଳା ୧୭|୫: ଆନ୍ତଃଜିଲ୍ଲା ବୋଲେରୋ ଡକାୟତ ଗିରଫ ହୋଇଛି । ଗିରଫ ଯୁବକ ହେଲେ ଠାକୁରମୁଣ୍ଡା ଥାନା ଅଞ୍ଚଳର ଭୀମସେନ ମାଝୀ । ସଂପୃକ୍ତ ଡକାୟତକୁ ଠାକୁରମୁଣ୍ଡାରୁ ଗିରଫ କଲା କପ୍ତିପଦା ପୋଲିସ । ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି । ଭୀମସେନର ଅନ୍ୟ ଦୁଇ ସହଯୋଗୀ ଏବେ ଜେଲରେ ଅଛନ୍ତି । ଗତ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଦୁଣ୍ଡରିଆ ଅଞ୍ଚଳରୁ ଏମାନେ ବୋଲେରୋ ଚୋରି କରିଥିଲେ ।

ଅଭିଯୋଗକୁ ଆଧାର କରି ଗତକାଲି କପ୍ତିପଦା ପୋଲିସ ଠାକୁରମୁଣ୍ଡା ଅଂଚଳରୁ ଜଣେ ଆନ୍ତଃଜିଲ୍ଲା ଡକାୟତ ଭୀମସେନ ମାଝୀଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ଭୀମସେନକୁ ଜେରା ପରେ ତା ନିକଟରୁ ଅନେକ ତଥ୍ୟ ହାସଲ କରିଛି । ଭୀମସେନ ନାମରେ ଅନୁଗୁଳ, କେନ୍ଦୁଝର, ଯାଜପୁର ରୋଡ୍, ସମ୍ବଲପୁର, ରାଉରକେଲା ଭଳି ବିଭିନ୍ନ ଜିଲ୍ଲାର ଥାନାରେ ୫ଟି ମାମଲା ରହିଥିବା ବେଳେ ତାର ଦୁଇ ଜଣ ସହଯୋଗୀ ସମ୍ବଲପୁର ଅଂଚଳର ସର୍ଫରାଜ ଖାନ୍ ଏବଂ ଧନେଶ୍ବର ଝଙ୍କାର ଏବେ ସମ୍ବଲପୁର ଜେଲରେ ଅଛନ୍ତି । ତବେ ଗିରଫ ହୋଇଥିବା ଭୀମସେନ ମାଝୀ ସେହି ଦୁଇ ଜଣଙ୍କ ସହଯୋଗରେ ବୋଲେରୋ ଚୋରି କରିଥିବା କହିଛି । ଏହା ସହିତ ଏହି ଡକାୟତି ଗ୍ୟାଙ୍ଗ ନାମରେ ବିଭିନ୍ନ ଜିଲ୍ଲାରେ ୩୮ ଗୋଟି ମାମଲା ରହିଛି । ତବେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଏହି ତଦନ୍ତ କରିଥିଲା । ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ଜେଲରୁ ବାହାରିବା ପରେ ଚୋରି ହୋଇଥିବା ବୋଲେରୋ ଉଦ୍ଧାର କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି । 

   Related Posts