ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ
18/01/2019 at 8:57 AM

ନୂଆଦିଲ୍ଲୀ ୧୮|୧: ଦେଶର ରାଜଧାନୀ ଦିଲ୍ଲୀରେ ଶୀତ ଲହରୀର ପ୍ରକୋପ ଦେଖାଦେଇଛି । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ପାରଦ ୪ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଛି, ଯାହା ସ୍ବାଭାବିକ ଠାରୁ ୩ଡିଗ୍ରୀ କମ୍ ରହିଛି । ସକାଳୁ ଘନ କୁହୁଡି ଯୋଗୁଁ ଭିଜିବିଲିଟି ବେଶ୍ କମି ଯାଇଛି । କିଛି ସ୍ଥାନରେ ଭିଜିବିଲିଟି ୨୫୦ମିଟର ରେକର୍ଡ କରାଯାଇଛି । ଫଳରେ ଯାତାୟତ ଉପରେ ପ୍ରଭାବ ପଡିଛି । କୁହୁଡି ଯୋଗୁଁ ରେଳ ଏବଂ ବିମାନ ସେବା ପ୍ରବାବିତ ହୋଇଛି । ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ କିଛି ବିମାନ ସେବା ବ୍ୟାହତ ହୋଇଛି । ଏପଟେ କୁହୁଡି ମିଶା ଧୂଆଁ ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢି ଯାଇଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021