କନ୍ଧମାଳରେ ଶୀତର ଲହରୀ ; ଫୁଲବାଣୀ ଓ ଦାରିଙ୍ଗିବାଡିରେ ଖସିଲା ପାରଦ

Published By : Prameya-News7 Bureau | November 24, 2018 IST

କନ୍ଧମାଳ ୨୪|୧୧:  କନ୍ଧମାଳରେ ଶୀତର ଲହରୀ । ଫୁଲବାଣୀରେ ୮.୫ଡିଗ୍ରୀକୁ ଖସି ଆସିଛି ପାରଦ । ଦାରିଙ୍ଗିବାଡିରେ ତାପମାତ୍ରା ୧୧ଡିଗ୍ରୀ ହୋଇ ଯାଇଛି । ଗତ ଦୁଇଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ତାପମାତ୍ରା ଧିରେ ଧିରେ ଖସୁଥିବା ଫଳରେ ଥଣ୍ଡା ଅନୁଭୁତ ହେଉଛି। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଘନ କୁହୁଡିରେ ଘୋଡେଇ ହୋଇ ରହୁଛି । ତାପମାତ୍ରା ଏବେ ଦିନକୁ ଦିନ ଖସିବାରେ ଲାଗିଛି । ଲୋକମାନେ ନିଜକୁ ଫିଟ୍ ରଖିବା ପାଇଁ ଲୋକେ ମର୍ଣ୍ଣିଂ ଓ୍ବାକ୍ କରୁଥିବାବଳେ କିଛି ଲୋକ ପାର୍କରେ ଏକ୍ସରସାଇଜ କରୁଛନ୍ତି । ଆଉ କିଛି ଲୋକ ପଡିଆରେ ଖେଳିବା ସହ ଦୌଡୁଥିବା ଦେଖିବାକୁ ମିଳୁଛି । ନିଜକୁ ଫିଟ୍ ରଖିବା ସହ ଥଣ୍ଡାର ମଜା ମଧ୍ୟ ନେଉଛନ୍ତି । ଥଣ୍ଡା ଯୋଗୁଁ ଠାଏ ଠାଏ ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ନିଆଁ ପାଖରେ ବସିଥିବା ଦେଖିବାକୁ ମିଳୁଛି । କେବଳ ଫୁଲବାଣୀ ନୁହେଁ ଜିଲ୍ଲାର ଟିକାବାଲି, ବାଲିଗୁଡା, ଜି.ଉଦୟଗିରି, ବେଲଘର, କୋଟଗଡ, ତୁମୁଡିବନ୍ଧ ଆଦି ଅଂଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଥଣ୍ଡାର ମଜା ନେବାଲାଗି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ଜିଲ୍ଲାକୁ ଆସିବା ଆରମ୍ଭ କଲେଣି । ଆଗକୁ ଧିରେ ଧିରେ ଥଣ୍ଡା ଆହୁରି ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.