ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଗୁଇନ୍ଦା ବିଭାଗ ଦେଇଥିଲା ରିପୋର୍ଟ
15/02/2019 at 12:26 PM

ନୂଆଦିଲ୍ଲୀ ୧୫|୨: ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ରିପୋର୍ଟ ଥିଲା । ସପ୍ତାହେ ପୂର୍ବରୁ ଅର୍ଥାତ୍ ୮ ଫେବ୍ରୁଆରୀରେ କୁହାଯାଇଥିଲା ଯେ, ସୁରକ୍ଷାବଳ ଉପରେ ଫିଦାୟିନ୍ ଆକ୍ରମଣ ହୋଇପାରେ । କାରଣ ସୁରକ୍ଷାବଳଙ୍କ ଯିବା ଆସିବା ରାସ୍ତାରେ ଆଇଇଡି ଆକ୍ରମଣ କରିପାରନ୍ତି । ଆଲର୍ଟ ସତ୍ବେ ସୁରକ୍ଷାକର୍ମୀ ଏହାକୁ ନଜର ଅନ୍ଦାଜ କରିଥିଲେ । ତେଣୁ ସୁରକ୍ଷାବଳଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲେ ଆତଙ୍କବାଦୀ । ତେଣୁ ସେହି ଗାଡି ଉପରେ ଆତଙ୍କୀ ଟାର୍ଗେଟ୍ କରିଥିଲେ ଯେଉଁ ଗାଡିରେ ସର୍ବାଧିକ ଯବାନ ଥିଲେ । ଏହି ଆତ୍ମଘାତୀ ହମଲାରେ ନିଜକୁ ସାମିଲ କରିଥିବା ଆଦିଲ ଅହମ୍ମଦ ଦାର ପୁଲୱାମା ଜିଲ୍ଲାର କୋକପୋରାର ବାସିନ୍ଦା ବୋଲି ଜଣାପଡିଛି । ଆଦିଲ ଗତବର୍ଷ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଜାକିର ମୁସାର ଗଜବତ-ଉଲ୍-ହିନ୍ଦରେ ସାମିଲ ହୋଇଥିଲା । କିଛି ମାସ ପରେ ସେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଥିଲା ।
