ଲାଲ୍‌ଗଡରେ ଲାଗିଲା ଗୁଇନ୍ଦା ପୋଷ୍ଟର, ନକ୍ସଲଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ

Published By : Prameya-News7 Bureau | July 20, 2021 IST

ଚିତ୍ରକୋଣ୍ଡା ୨୦।୭: ନକ୍ସଲଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ଗୁଇନ୍ଦା ବିଭାଗ ଲଗାଇଲା ପୋଷ୍ଟର ଓ ଜାରି କଲେ ଫୋନ୍ ନମ୍ବର । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ରହିଛି ନକ୍ସଲଙ୍କ ସହିଦ ସପ୍ତାହ । ଏହି ସହିଦ ସପ୍ତାହରେ ଲାଲବାହିନୀ ପୃଥକ ପୃଥକ ସ୍ଥାନରେ ବ୍ୟାନର ପୋଷ୍ଟର ଲଗାଇ ଜନତାଙ୍କୁ ପାର୍ଟିକୁ ସହଯୋଗ କରିବାକୁ ଆହ୍ଵାନ ଦେଇଥାନ୍ତି । କିନ୍ତୁ ଏଥର ପୂର୍ବରୁ ନକ୍ସଲ ପୋଷ୍ଟର ଲଗାଉଥିବା ସ୍ଥାନରେ ହିଁ, ଦେଖିବାକୁ ମିଳିଛି ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର ।

{"id":483167,"width":750,"height":413,"sizeSlug":"large","linkDestination":"none"}

ଚିତ୍ରକୋଣ୍ଡା ଲଞ୍ଚ୍ ଘାଟ, ସ୍ଵାଭିମାନ ଅଞ୍ଚଳର ଜନ୍ତପାଇ, ଜନବାଇ, ନାକାମାମୁଡି, ଲିମତାଙ୍ଗ ଭଳି ଗାଁଗୁଡିକରେ ଦେଖିବାକୁ ମିଳିଛି ଗୁଇନ୍ଦା ପୋଷ୍ଟର । ସେହି ପୋଷ୍ଟରରେ ୩ଟି ମୋବାଇଲ୍ ନମ୍ବର ମଧ୍ୟ ରହିଛି । ସେହି ନମ୍ବରଗୁଡିକ ରାଜ୍ୟ ଗୁଇନ୍ଦା ବିଭାଗର ବୋଲି ଜଣାପଡିଛି । ପୋଷ୍ଟରରେ ନକ୍ସଲପନ୍ଥୀ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାର ବିପୁଳ ପ୍ରୋତ୍ସାହନ ଦେଇଛନ୍ତି ।

{"id":483168,"sizeSlug":"large","linkDestination":"none"}

ନକ୍ସଲଙ୍କ ଉପରେ ଲାଗିଥିଲା ସମସ୍ତ ଦୋଷକୁ ରାଜକ୍ଷମା କରିବା ସହ ମାଗଣା ତାଲିମ, ଘର ଡିହ, ରୋଜଗାର ପନ୍ଥା ଯୋଗାଇ ଦେବା ସହ ଲାଗିଥିବା ସମସ୍ତ ମୋକଦ୍ଦମାକୁ ପ୍ରତ୍ୟାହର କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ଲାଲ୍ ବାହିନୀଙ୍କୁ ଆହ୍ଵାନ ଦିଆଯାଇଛି । ନକ୍ସଲ ସଙ୍ଗଠନରେ କର୍ଯ୍ୟ କରୁଥିବା ପୁରୁଷ ମହିଳା ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପୋଷ୍ଟର ମାଧ୍ୟମରେ ରାଜ୍ୟ ଗୁଇନ୍ଦା ବିଭାଗ ଆହ୍ଵାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.