ଭୁବନେଶ୍ବର କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ୧୪ ଦିନ ପାଇଁ ସିଲ୍ , ହୋମ କ୍ୱାରେଣ୍ଟାଇନ୍ରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ
7/04/2020 at 8:36 AM

ଭୁବନେଶ୍ୱର ୦୭।୦୪: କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍ । କରୋନା ସଂକ୍ରମଣ ଆଶଙ୍କାରେ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ସିଲ କରିଛି ବିଏମସି । କରୋନା ସଂକ୍ରମଣକୁ ନେଇ ୧୪ ଦିନ ପାଇଁ ଅଫିସ୍ କୁ ସିଲ କରିଦିଆଯାଇଛି ।

ସେହିପରି ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି । ସ୍ବାବ ସଂଗ୍ରହ ପାଇଁ ପୁରା ଅଫିସକୁ ସିଲ କରାଯାଇଛି । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସର ଜଣେ ଅଧିକାରୀ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ନମୁନା ସଂଗ୍ରହ ସହ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।