Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ISI ଟାର୍ଗେଟରେ କୃଷକ ଆନ୍ଦୋଳନ : ହିଂସା ବ୍ୟାପିବା ନେଇ ଗୁଇନ୍ଦା ବିଭାଗର ଆଲର୍ଟ, ବନ୍ଦ ରହିବ ଅନେକ ମେଟ୍ରୋ ଷ୍ଟେସନ

26/06/2021 at 9:14 AM

ନୂଆଦିଲ୍ଲୀ ୨୬/୬ : ISI ଟାର୍ଗେଟରେ କୃଷକ ଆନ୍ଦୋଳନ । ଏହି ଆନ୍ଦୋଳନରେ ହିଂସା ଘଟାଇବାକୁ ବ୍ୟାପକ ଷଡଯନ୍ତ୍ର କରିଛି ପାକିସ୍ତାନର ଆଇଏସ୍ଆଇ । ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ସମୟରେ ISI ହିଂସା ପ୍ରତି ଲୋକଙ୍କୁ ଉସୁକାଇବା ସହ ବ୍ୟାପକ କରିବାକୁ ବଡ ଷଡଯନ୍ତ୍ର ରଚିଛି । ଏନେଇ ଆଲର୍ଟ କରିଛ ଗୁଇନ୍ଦା ଏଜେନ୍ସି । ସରକାରୀ ସୂତ୍ର ଅନୁଯାୟୀ, ଗୁଇନ୍ଦା ଏଜେନ୍ସିମାନେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିମାନଙ୍କୁ ସତର୍କ କରାଇ ଦେଇଛନ୍ତି ।

ସୂଚନା ମୁତାବକ ପାକିସ୍ତାନ ଭିତ୍ତିକ ଆଇଏସଆଇର ପ୍ରତିନିଧୀମାନେ ପ୍ରସ୍ତାବିତ କୃଷକଙ୍କ ଆନ୍ଦୋଳନରେ ହିଂସା ଘଟାଇବା ସହ ସୁରକ୍ଷା ବାହିନୀକୁ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । କୁହାଯାଉଛି ଯେ ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସଂପୃକ୍ତ ଏଜେନ୍ସିକୁ ଏକ ଚିଠି ପଠାଯାଇଛି । ଏହି ଚିଠି ପାଇବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କିଛି ସ୍ଥାନରେ ମେଟ୍ରୋ ଷ୍ଟେସନ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ମେଟ୍ରୋ ଷ୍ଟେସନ ବାହାରେ ବ୍ୟାପକ ସଂଖ୍ୟକ ଯବାନ ନିୟୋଜିତ ହେବେ । କୌଣସି ବିଶୃଙ୍ଖଳାକୁ ଏଡାଇବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଶନିବାର ସକାଳ ୧୦.୦୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ତିନୋଟି ମେଟ୍ରୋ ଷ୍ଟେସନ୍ – ବିଶ୍ୱବିଦ୍ୟାଳୟ, ସିଭିଲ୍ ଲାଇନ୍ ଏବଂ ବିଧାନସଭା ନିକଟରେ ଥିବା ଷ୍ଟେସନକୁ ବନ୍ଦ କରିଦେଇଛି । ଦିଲ୍ଲୀ ପୋଲିସର ପରାମର୍ଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି । ଆଜି ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ସହ ଅନେକ କୃଷକ ଗୋଷ୍ଠୀ ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି ।

   Related Posts