କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ

Published By : Prameya-News7 Bureau | October 04, 2019 IST

ଭୁବନେଶ୍ବର ୪।୧୦: କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ । ସମ୍ମିଳନୀରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି । ସେହିପରି ସମାଜର ବିଭିନ୍ନ ବର୍ଗର ଲୋକ ମଧ୍ୟ ସାମିଲ ହୋଇଛନ୍ତି । ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ ବୁଦ୍ଧିଜୀବୀଙ୍କ ମତ ଲୋଡୁଛି କଂଗ୍ରେସ । ବୁଦ୍ଧିଜୀବୀଙ୍କ ମତକୁ ନେଇ ଏକ ପୁସ୍ତକ ଲେଖାଯିବ । ଏହି ପୁସ୍ତକ ଆଧାରରେ ଆଗାମୀ ଦିନରେ କଂଗ୍ରେସ କାମ କରିବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମତ ରଖିଛନ୍ତି । ବିଧାୟକ ମହମ୍ମଦ ମୋକିମ କହିଛନ୍ତି ବୈଠକରୁ ବାହାରିବା ନିର୍ଯ୍ୟାସକୁ ନେଇ ଛାତ୍ର, ଯୁବ, ମହିଳା ସଂଗଠନ ପ୍ରଭୃତି କାମ କରିବେ ।

{"id":166167,"width":580,"height":326}

ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେଉଛି । ସେହିପରି ବୈଠକରେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ରବି ଦାଶ ପ୍ରତିକ୍ରିୟାରେ କହିଛନ୍ତି ବର୍ତ୍ତମାନ ଜରୁରୀ କାଳୀନ ପରିସ୍ଥିତିରୁ ଅଧିକ ବିପଦପୂର୍ଣ୍ଣ ସମୟ । ଏହାକୁ କେବଳ କଂଗ୍ରେସ ହିଁ ଦୂର କରି ପାରିବ । ତେଣୁ କଂଗ୍ରେସକୁ ଓକିଲଙ୍କୁ ସଙ୍ଗଠିତ କରିବା ଦରକାର । ଯୁବପୀଢିଙ୍କୁ ଅର୍ଥନୀତି ବିଷୟରେ ଅବଗତ କରିବା ଜରୁରୀ ଓ ସେବାଦଳକୁ ପୁନଃ ସୁଦୃଢ କରିବା ଉଚିତ୍ । କଂଗ୍ରେସ ସେବା ମନୋବୃତ୍ତି ନେଇ କାମ କରିବା ଉଚିତ୍ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.