Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମୁହଁର ହାବଭାବ ଦ୍ୱାରା ନିୟନ୍ତ୍ରଣ କରିପାରିବେ ହ୍ୱିଲ ଚେୟାରସ ବ୍ୟବହାର କରିବାକୁ ପଡିବ କେବଳ ଏହି କିଟ୍

10/01/2019 at 3:10 PM

ଲସଭେଗାସ ୧୦/୧ : ଆମେରିକାର ଲସଭେଗାସରେ ଚାଲୁଥିବା ଏକ କଂଜୟୁମର ଇଲେକ୍ଟ୍ରୋନିକ ଶୋରେ ଏକ ଏମିତି କିଟ୍‌ ପେଶ କରାଯାଇଛି, ଯାହା ସାହାଯ୍ୟରେ ମୋଟରାଇଜଡ଼ ହ୍ୱିଲ ଚେୟାରକୁ ମୁହଁର ହାବଭାବ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ | ବ୍ରାଜିଲର ଏକ ରୋବଟିକ୍ସ କମ୍ପାନୀ ହୂବାକ୍ସ ଇଣ୍ଟେଲ ସହ ମିଶି ଏହି କିଟ ପ୍ରସ୍ତୁତ କରିଛନ୍ତି | ଏହି କିଟରେ ଇଣ୍ଟେଲର କୃତ୍ରିମ ଇଣ୍ଟେଲିଜେନ୍ସରେ ଆଧାରିତ ଫେସିଆଲ ରେକଗନିଶନ କୌଶଳ ବ୍ୟବହାର କରାଯାଇଛି | ଏହି କିଟର ନାମ ରଖାଯାଇଛି “ହ୍ୱିଲି-୭” | ଏହି ହ୍ୱିଲ ଚେୟାରକୁ ମୁହଁର ୧୦ଟି ଅଲଗା ଅଲଗା ଭାବଭଙ୍ଗୀ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ |

କମ୍ପାନୀର ସୂଚନା ଅନୁଯାୟୀ, ଏହି କିଟ୍‌ ଯୋଗୁଁ ଅନେକ ଲୋକ ଲାଭ ପାଇବେ | ସାଧାରଣତଃ ଯେଉଁମାନେ ହ୍ୱିଲ ଚେୟାରରେ ଲାଗିଥିବା ମିଟରକୁ  ନିୟନ୍ତ୍ରଣ କରିପାରନ୍ତି ନାହିଁ ତାଙ୍କ ପାଇଁ ଏହି କିଟ୍‌ ବହୁତ ଲାଭଦାୟକ | କମ୍ପାନୀ କହିଛି ଯେ, ଜିଭ ବାହାରକୁ କାଢି କିମ୍ବା ମୁଖର ଅଲଗା ଅଲଗା ଏକ୍ସପ୍ରେସନ ଜରିଆରେ ଜଣେ ଏହାକୁ ସହଜରେ ନିୟନ୍ତ୍ରଣ କରିପାରିବ |

ବର୍ତ୍ତମାନ ଏହି କିଟ୍‌ର ପ୍ରୋଟୋଟାଇପ ପେଶ କରାଯାଇଛି | ସେଥିପାଇଁ କିଟ୍‌ର ମୂଲ୍ୟକୁ ନେଇ କମ୍ପାନୀ କୌଣସି ଖୁଲାସା କରିନାହିଁ |

ଇଣ୍ଟେଲର ସିଇଏସର କାର୍ଯ୍ୟକ୍ରମରେ ଏହି ହ୍ୱିଲ ଚେୟାରର କିଟ୍‌ ବାବଦରେ ଏକ ଡେମୋ ଦେଇଥିଲା | ହ୍ୱିଲ ଚେୟାରକୁ ନିୟନ୍ତ୍ରଣ କରିବା ପାଇଁ ଅଲଗା ଅଲଗା ଦିଗରେ ଗତି କରିବା ପାଇଁ ୧୦ ପ୍ରକାରର ହାବଭାବର ବ୍ୟବହାର କରାଯାଇଥିଲା | ଇଣ୍ଟେଲର ତଥ୍ୟ ଅନୁସାରେ ମୁହଁର ଏକ୍ସପ୍ରେସନ ଜରିଆରେ ଚେୟାରକୁ ଚଲେଇ ପାରିବେ ଏବଂ ଅଟକାଇ ମଧ୍ୟ ପାରିବେ | ହ୍ୱିଲ ଚେୟାର କେତେ ସ୍ପିଡ଼ରେ ଗତି କରିବ ତାହା ମଧ୍ୟ କିଟ୍‌ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ |

ଏଥିରେ ଇଣ୍ଟେଲର ୩ଡି ଇଣ୍ଟେଲ ରିୟଲସେନ୍ସ ଡେ଼ପଥ କ୍ୟାମେରା ଏସଆର ୩୦୦, ଇଣ୍ଟେଲ କୋର ପ୍ରୋସେସର ଏବଂ ଓପନଵିନୋ ଟୁଲକିଟ ବ୍ୟବହାର କରାଯାଇଛି | ହ୍ୱିଲ ଚେୟାରକୁ ନିୟନ୍ତ୍ରଣ କରିବ ପାଇଁ ମୁହଁର ୧୦ ପ୍ରକାର ହାବଭାବକୁ ବାଛିବାକୁ ପଡିବ | ଯେପରିକି, ହସିକି, ଜିଭ ବାହାର କରିକି, ଆଖି ମିଟିମିଟି କରି, ମୁହଁ ହଲାଇ ହ୍ୱିଲ ଚେୟାରକୁ ନିୟନ୍ତ୍ରଣ କରିପାରିବେ |

   Related Posts