Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଏଣିକି ଜିମ୍ ଓ ଯୋଗକୁ ରିହାତି ଦେବ ବୀମା କମ୍ପାନି, ଆଇଆରଡିଏର ନୂଆ ଗାଇଡଲାଇନ୍ସରେ ରହିଛି ଅନେକ ସୁବିଧା

6/09/2020 at 11:00 AM

ନୂଆଦିଲ୍ଲୀ ୦୬/୦୯: ଏବେ ଜିମ୍ ଓ ଯୋଗ କ୍ଲାସର ଚାହିଦା ଢ଼େର ବେଶି। ବିଶେଷକରି ଯୁବପିଢ଼ିଙ୍କ କ୍ଷେତ୍ରରେ। ଶରୀରକୁ ଫିଟ୍ ରଖିବା ପାଇଁ ସମସ୍ତେ ଜିମ୍ ଯିବାକୁ ଚାହୁଁଥିଲେ ମଧ୍ୟ ମେମ୍ବରସିପ୍ ଓ ଫି’ ଏତେ ମହଙ୍ଗା ଯେ ଯିବାକୁ କେହି ଇଚ୍ଛା କରୁ ନାହାନ୍ତି। ଏହି ମହଙ୍ଗା ସେବାକୁ ସାଧାରଣ ବିମାଭୁକ୍ତ ବ୍ୟକ୍ତିଙ୍କ ପାଖରେ ଆଣିବା ପାଇଁ ଇନସ୍ୟୁରାନ୍ସ ରୋଗୁଲେଟର୍ ଆଣ୍ଡ ଡେଭଲପମେଣ୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଆଇଆଡିଏ) ଏକ ନିଆରା ସେବା ଆଣିଛି।

ଆଇଆରଡିଏଆଇ ସ୍ବାସ୍ଥ୍ୟ ସହ ଜଡ଼ିତ ନୂଆ ଗାଇଡଲାଇନ୍ସ ବୀମା କମ୍ପାନିଙ୍କ ପାଇଁ ଜାରି କରିଛି। ସେ ତାର ଗାଇଡଲାଇନ୍ସରେ କହିଛି, ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଯୋଗ ସେଣ୍ଟର, ଜିମ୍ ମେମ୍ବରସିପ୍ ଓ ହେଲଥ୍ ସପ୍ଳିମେଣ୍ଟସ୍ ପାଇଁ ଡିସକାଉଣ୍ଟ କୁପନ, ଭାଉଚର୍ସ, ଓ ରିଓ୍ବାର୍ଡ ପଏଣ୍ଟ୍ ଅଫର କରିପାରିବ। ଗ୍ରାହକଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ବୀମା କମ୍ପାନି ଏଭଳି ଫିଚର୍ସ ତିଆରି କରନ୍ତୁ ବୋଲି ଆଇଆଡିଏ କହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଯୋଗ ସେଣ୍ଟର, ଜିମ୍ ମେମ୍ବରସିପ୍ ଓ ହେଲଥ୍ ସପ୍ଳିମେଣ୍ଯସ୍ ପାଇଁ ଏହି ସେବା ଉପଲବ୍ଧ କରିପାରିବେ।

ନୂଆ ଗାଇଡଲାଇନ୍ସ ଅନୁଯାୟୀ ବୀମା କମ୍ପାନି ଓ୍ବେଲନେସ୍ କାର୍ଯ୍ୟକ୍ରମ ଜରିଆରେ ବିମାଭୁକ୍ତଙ୍କୁ ଫିଟନେସ୍ ସେଣ୍ଟର, ସ୍ପୋଟର୍ସ କ୍ଳବରେ ମହଙ୍ଗା‌ ମେମ୍ବରସିପ୍ ପାଇଁ ଡିସକାଉଣ୍ଟ କୁପନ୍ ଦେଇପାରିବେ। ଏହା ଦ୍ବାରା ବୀମାଭୁକ୍ତ ବ୍ୟକ୍ତିଙ୍କୁ ଫାଇଦା ମିଳିପାରିବ। ନୂଆ ନିଦ୍ଦେର୍ଶ ଅନୁସାରେ ଏହି ଫିଚରକୁ କୌଣସି ପଲିସିରେ ବିକଳ୍ପ ଭାବ‌େ‌ ନଚେତ ଆଡ୍ ଅନ୍ (ଅତିରିକ୍ତ) ଭାବେ ଦର୍ଶାଇପାରିବେ। ଏହାକୁ କୌଣସି ବୀମା ଉତ୍ପାଦରେ ଅନ୍ତର୍ଭୁକ୍ତ କରି କିମ୍ବା ଏହାକୁ ଲାଭ ଭାବରେ ଯୋଡି ଏହାକୁ ଉପସ୍ଥାପିତ କରାଯାଇପାରିବ ନାହିଁ। କମ୍ପାନିକୁ ନିର୍ଦେଶ ଦିଆଯାଇଛି ବୀମା କରିବା ବେଳେ ଲୋକଙ୍କୁ ଏହି ଫିଚର୍ସ ବାବଦରେ ଉପଯୁକ୍ତ ତଥ୍ୟ ଓ ଏହା ଉପରେ ଆସୁଥିବା ଖର୍ଚ୍ଚ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ।

ବୀମା କମ୍ପାନିକୁ ଅନୁମତି ମିଳିଛି ‌ଯେ ସେମାନେ ଓ୍ବେଲନେସ୍ କାର୍ଯ୍ୟକ୍ରମ ଜରିଆରେ ପଲିସି ରିନୁଆଲ ସମୟରେ ପ୍ରିମିୟମରେ ଡିସକାଉଣ୍ଟ ଅଫର ଲୋକଙ୍କୁ ଦେଇପାରିବେ। ଏହି କାର୍ଯ୍ୟକ୍ରମ ଜରିଆରେ ବୀମା କମ୍ପାନି ତାର ବିଜ୍ଞାପନରେ କୌଣସି ଜିମ୍ କି ଯୋଗ କମ୍ପାନି କିମ୍ବା ତାର ଲୋଗୋକୁ ଛପାଇ ପାରିବ ନାହିଁ। କିନ୍ତୁ ସେମାନଙ୍କ ସେବାକୁ କିଛି ମାତ୍ରାରେ ଲୋକଙ୍କ ପାଖରେ ଅପର ଯୋଗେ ପହଞ୍ଚାଇପାରିବ।

   Related Posts