Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କଟକରେ ବଢି ଚାଲିଛି ଅପମିଶ୍ରଣ : ଖାଦ୍ୟର ମାନ ଯାଞ୍ଚ କରିବାକୁ ନାହାନ୍ତି ଆବଶ୍ୟକୀୟ ଫୁଡ୍ ଇନିସପେକ୍ଟର, ସହରବାସୀଙ୍କୁ ଘାରିଲାଣି ଝାଡାବାନ୍ତି ଓ ଜଣ୍ଡିସ ଭୟ

29/06/2019 at 3:46 PM

କଟକ ୨୯|୬: କଟକ ସହରରେ ବଢି ଚାଲିଛି ଅପମିଶ୍ରଣ । ହଜାର ହଜାର ଲେ।କ ବାହାର ଖାଦ୍ୟ ଉପରେ ନିର୍ଭର କରୁଥିବା ବେଳେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସିଏମସିରେ ନାହାନ୍ତି ଆବଶ୍ୟକୀୟ ଫୁଡ୍ ଇନିସପେକ୍ଟର । ସେପଟେ ବର୍ଷା ଋତୁ ଆରମ୍ଭ ହେ।ଇଥିବା ବେଳେ ସହରବାସୀଙ୍କୁ ଘାରିଲାଣି ଝାଡାବାନ୍ତି ଓ ଜଣ୍ଡିସ ଭୟ । 

ବ୍ୟସ୍ତବହୁଳ ସହର କଟକ । ସକାଳୁ  ରାତି ଯାଏଁ ଯିଏ ଯାହା କାମରେ ବିଜି ।  ଅଧିକାଂଶ ଲୋକେ ହୋଟେଲ ଉପରେ ନିର୍ଭରଶୀଳ । ପ୍ରତିଦିନ ହଜାର ହଜାର ଲୋକ ଜଳଖିଆ ଠାରୁ ରାତ୍ରି ଭୋଜନ ବାହାରେ କରନ୍ତି । ଅଥଚ ଖାଦ୍ୟର ମାନ,  ଗୁଣ ଦେଖୁଛି କିଏ । ଯାହା ମିଳିଲା ଖାଇ ଜୀବନ ବଞ୍ଚାଇଦେବା କଥା । କିନ୍ତୁ ଅଜଣାତରେ ରୋଗ କିଣିବା ସାର ।

ସହରରେ ଖାଦ୍ୟ ଯାଞ୍ଚ କରିବା ପାଇଁ ଫୁଡ ଇନସିପେକ୍ଟର ଅଭାବ । ଜଣେ ମାତ୍ର ମହିଳା ଅଧିକାରୀ ଜଗତସିଂପୁର ଓ କଟକର ଖାଦ୍ୟ ନିରୀକ୍ଷକ ଭାବେ ଦାୟିତ୍ବ ତୁଲାଉଛନ୍ତି । ତେଣୁ ଦୈନନ୍ଦିନ ଖାଦ୍ୟର ମାନ ଯାଞ୍ଚ କରାଯାଇପାରୁ ନାହିଁ । ତେଣୁ ଅପମିଶ୍ରଣ ଖାଦ୍ୟ ଖାଇ ଝାଡାବାନ୍ତି, ଜଣ୍ଡିସ ଭଳି ରୋଗରେ ପଡୁଛନ୍ତି ସହରବାସୀ ।

କଟକ ସହରରେ ୨୫୭ରୁ ଅଧିକ ହୋଟେଲ୍ ଓ ଲଜିଂ, ୪ ହଜାରରୁ ଅଧିକ ଉଠାଦୋକାନୀ ଓ ୨ ହଜାରରୁ ଅଧିକ ଫାଷ୍ଟଫୁଡ୍ ଦୋକାନ କହିଛି । ଏସବୁ ଭିତରୁ ଅଧିକାଂଶ ଡ୍ରେନ ଓ ନାଳ ନର୍ଦ୍ଦମା ଉପରେ ରହିଛି । ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଯେ ଆଦୌ ସୁରକ୍ଷିତ ନୁହେଁ, ତାହା ସମସ୍ତେ ଜାଣନ୍ତି । କିନ୍ତୁ ସିଏମସିର ଏଥିପ୍ରତି ନିଘା ନାହିଁ । ଜିଲ୍ଲା ପ୍ରଶାସନକୁ ପଚାରିଲେ ମିଳୁଛି ସେହି ଚିରାଚରିତ ଉତ୍ତର ।

୨୦୧୨ରୁ ୨୦୧୯ ଅର୍ଥାତ ୫ ବର୍ଷ ମଧ୍ୟରେ ୧୫ ଶହ ଦୋକାନ ଓ ୧୨ଶହ୫୦ ଜଣ ବ୍ୟକ୍ତି ଖାଦ୍ୟ ବ୍ୟବସାୟ ଜନିତ ପଞ୍ଜିକରଣ କରାଇଥିଲେ । ମାତ୍ର ପ୍ରକୃତ ବ୍ୟବସାୟୀଙ୍କ ସଂଖ୍ୟା ତାଠାରୁ ଯଥେଷ୍ଟ ଅଧିକ । କିନ୍ତୁ ମଝିରେ ମଝିରେ ଜିଲ୍ଲା ପ୍ରଶାସନ ଚଢାଉ ପ୍ରହେଳିକା ମାତ୍ର ।

   Related Posts