Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବାତ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ, ୨ଦିନ ମଧ୍ୟରେ ତଥ୍ୟ ଦେବେ ଜିଲ୍ଲାପାଳ- SRC

21/05/2020 at 10:23 AM

ଭୁବନେଶ୍ୱର ୨୧।୦୫: ୨ ଦିନରେ କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଅମ୍ଫାନ ପ୍ରଭାବରେ ଯାହା କ୍ଷୟକ୍ଷତି ହୋଇଛି,୨ ଦିନ ଭିତରେ ତାହାର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ଯୋଗୁ ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ।  ବାତ୍ୟା ପାଇଁ ବିଶେଷ ଭାବେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ।  କୃଷି ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହୋଇଥିବାର ଆଶଙ୍କା ରହିଛି । ରାଜସ୍ବ ଓ କୃଷି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ସେହିପରି କେଉଁଠି କେତେ ବ୍ୟକ୍ତିଗତ ଘର ଭାଙ୍ଗିଛି, କେତେ ସରକାରୀ ସମ୍ପତି ନଷ୍ଟ ହୋଇଛି ତାହାର ଆକଳନ କରାଯିବ । ଦୁଇ ଦିନ ମଧ୍ୟରେ ତାହାର ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ମିଳିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ଅମ୍ଫାନ ମୁକାବିଲାରେ ରାଜ୍ୟ ସରକାର ସଫଳ ହୋଇଥିବା ଏସଆରସି କହିଛନ୍ତି । ସରକାରଙ୍କ ସୁଚିନ୍ତିତ ପ୍ଲାନ୍ ଓ  ସମନ୍ନୟ  ଏବଂ ଫନି ବାତ୍ୟାରୁ ଶିକ୍ଷା  ଅମ୍ଫାନ ମୁକାବିଲାରେ ସହାୟକ ହୋଇଥିବା ମଧ୍ୟ ସେ କହିଛନ୍ତି ।

ବାତ୍ୟା ‘ଅମ୍ପାନ’ ପ୍ରଭାବରେ ଯାହା କ୍ଷୟକ୍ଷତି ହୋଇଛି, ଆସନ୍ତା ଦୁଇ ଦିନ ଭିତରେ ତା’ର ପ୍ରାଥମିକ ଆକଳନ ରିପୋର୍ଟ ପ୍ରସ୍ତୁତ ହେବ । ଏ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା । ଶ୍ରୀ ଜେନା ବୁଧବାର ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବା ସହ ଓଡ଼ିଶା ଉପରୁ ପବନର ବିପତ୍ତି ଟଳିଯାଇଛି । ଆଉ ପବନ ଆଶଙ୍କା ନାହିଁ । କିଛି କିଛି ଜାଗାରେ ବର୍ଷା ହୋଇପାରେ । ହେଲେ ବଡ଼ ବର୍ଷା ନାହିଁ । ବାତ୍ୟା ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଶ୍ରୀ ଜେନା କହିଛନ୍ତି, ବହୁ ଜାଗାରେ ଗଛ ଉପୁଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା । ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ଅଗ୍ନିଶମ ଓ ବନ ଉନ୍ନୟନ ନିଗମ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବାରେ ଲାଗି ପଡ଼ିଛନ୍ତି । ସେହିପରି ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବାକୁ ସବୁ ବ୍ୟବସ୍ଥା ରହିଛି । ବିଜୁଳି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର କେତେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି । ତେଣୁ ବହୁ ଜାଗାରେ ବିଜୁଳି ସେବା ବିଚ୍ଛିନ୍ନ ହୋଇଛି । ଯେଉଁଠାରେ କିଛି ସମସ୍ୟା ନାହିଁ, ସେଠାରେ ଫିଡର ଲାଇନ୍‌ ଫଲ୍ଟ ଯାଞ୍ଚ କରି ଶୀଘ୍ର ରିଚାର୍ଜ କରାଯିବ । ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।

ଆଜି ବିଜୁଳି ସେବା ନେଇ ସ୍ପଷ୍ଟ ଚିତ୍ର ମିଳିଯିବ । ବିଦ୍ୟୁତ୍‌ ସେବା ସ୍ୱାଭାବିକ ହେବାକୁ ବେଶି ସମୟ ଲାଗିବନି । ଟେଲିକମ୍‌ ଟାୱାରଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇନି । ଦିନେ ଦୁଇ ଦିନ ଭିତରେ ପୂରା ଟେଲିକମ୍‌ ସେବା ସ୍ୱାଭାବିକ ହୋଇଯିବ ।ବାତ୍ୟାରେ କୃଷି ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ଏ ନେଇ ରିପୋର୍ଟ ଦେବେ । କେଉଁଠି କେତେ ବ୍ୟକ୍ତିଗତ ଘର ଭାଙ୍ଗିଛି? କେତେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି? ଏସବୁର ଆକଳନ କରାଯିବ । କେଉଁ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି, ଦୁଇ ଦିନରେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ କୁହାଯାଇଛି । ଏହାକୁ ଅନୁଧ୍ୟାନ କରିବା ପରେ ସବିଶେଷ ଆକଳନ କରାଯିବ । ଏହି ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବେଶ୍‌ ଆଗୁଆ ପ୍ରସ୍ତୁତି କରିବା ସହ ପଦକ୍ଷେପ ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମିଶନ ଜିରୋ କାଜୁଆଲିଟି ଆରମ୍ଭ ହୋଇଥିଲା ।

   Related Posts