ଭିଡିଓ ସୁଟ୍ କରିବା ପାଇଁ ଯୁବକ ନଦୀରେ ଫିଙ୍ଗି ଦେଇଥିଲେ ବିଏମ୍ଡବ୍ଲ୍ୟୁ କାର୍ : ଗିରଫ କଲା ପୋଲିସ୍
30/11/2020 at 4:50 PM

ଲଣ୍ଡନ ୩୦/୧୧: ଇନଷ୍ଟାଗ୍ରାମରେ ପ୍ରାଙ୍କ୍ ଭିଡିଓ ସେୟାର କରିଥିବା ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଛି। ଯୁବକ ନଦୀରେ ବିଏମଡବ୍ଲ୍ୟୁ କାର୍ ଫିଙ୍ଗି ଦେଇଥିଲେ। ପୋଲିସ୍ ଯୁବକଙ୍କ ବିରୋଧରେ ପରିବେଶକୁ କ୍ଷତି ପହଞ୍ଚାଇବା ଏବଂ ସଡ଼କ ସୁରକ୍ଷା ସହ ଜଡ଼ିତ ନିୟମ ଭାଙ୍ଗିବାର ଅଭିଯୋଗ ଲଗାଇଛି।
ନଦୀରେ ବିଏମଡବ୍ଲ୍ୟୁ କାର୍ ଫିଙ୍ଗିବାର ଘଟଣା ସ୍ପେନର। ଅଭିଯୁକ୍ତ ଯୁବକ ବ୍ରିଟେନ୍ ବାସିନ୍ଦା। ପୋଲିସ୍ ଯୁବକଙ୍କ ନାଁ କହି ନାହିଁ।
ଯୁବକ ମାରବେଲା ନଦୀରେ ବିଏମଡବ୍ଲ୍ୟୁ କାର୍କୁ ଫିଙ୍ଗିବାବେଳେ ଭିଡିଓ ସୁଟ୍ କରିଥିଲେ ଏବଂ ଭିଡିଓକୁ ସୋସିଆଲ୍ ମିଡିଆରେ ମଧ୍ୟ ଅପଲୋଡ କରିଥିଲେ। ପରେ ଭିଡିଓକୁ ହଟାଇ ଦିଆଯାଇଥିଲା।
ସୋସିଆଲ୍ ମିଡିଆରେ ପୋଷ୍ଟ୍ ଦେଖିବା ପରେ ପୋଲିସ୍ ଯୁବକଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲା। ପୋଲିସ୍ ତଦନ୍ତ କରିବାରୁ ତାଙ୍କ ନିକଟରୁ ଜାଲି ଦସ୍ତାବିଜ ଜବତ ହୋଇଥିଲା। ଯୁବକଙ୍କ ନିକଟରେ ଗୋଟିଏ ନମ୍ବରର ୨ଟି କାର୍ ଥିଲା।
ଘଟଣା ପରେ ପୋଲିସ୍ ନଦୀରୁ କାରକୁ ବାହାର କରିଥିଲା। ଯେଉଁଠାରେ କାର୍କୁ ନଦୀରେ ଫିଙ୍ଗାଯାଇଥିଲା ତାହା ସ୍ବେଶାଲ୍ କଞ୍ଜର୍ଭେସନ ଏରିଆ ମଧ୍ୟରେ ଆସିଥାଏ।
Related Posts
ଜାନୁଆରୀ ୨୭, ସକାଳେ ଜେଲ୍ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
19 January 2021
ଗୁପକାର ମେଣ୍ଟରେ ଫାଟ, ପୃଥକ ହେଲା ସଜ୍ଜାଦ ଲୋନ୍ଙ୍କ ପ୍ୟୁପିଲସ୍ କନଫରେନ୍ସ
19 January 2021