Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବାରମ୍ବାର ବ୍ରେକ୍ଅପ ହେବାରୁ ବିରକ୍ତ ହୋଇଯାଇଥିଲେ ଯୁବତୀ : ଶେଷରେ ନିଜ ସହ କଲେ ବିବାହ

12/09/2021 at 3:09 PM

ନୂଆଦିଲ୍ଲୀ ୧୨/୦୯  : ବିବାହ ଏମିତି ଏକ ବନ୍ଧନ ଯାହା ଦୁଇ ଜଣଙ୍କ ଇଚ୍ଛାରେ ହିଁ ବିବାହ ହୋଇଥାଏ । ବିବାହରେ ପରସ୍ପରକୁ ଆପଣାଇବା ସହ ଜନ୍ମ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି। ଦୁଇ ଜଣଙ୍କ ଏହି ସମ୍ପର୍କରେ ପ୍ରତିଟି ସମୟ ଓ ପରିସ୍ଥିତିରେ ଉଭୟଙ୍କ ସହ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି। ତେବେ ବର୍ତ୍ତମାନର ବିବାହରେ ସେସବୁ ଦେଖିବାକୁ ମିଳୁନାହିଁ। ବିବାହକୁ କିଛି ଲୋକ ଖେଳ ଘର କରିସାରିଲେଣି। ଅନେକ ଧୋକା ମଧ୍ୟ ବିବାହ ପରେ ଦେଖିବାକୁ ମିଳିଛି। ଏହାକୁ ଦେଖି ଅନ୍ୟ ଲୋକମାନଙ୍କର ବିବାହରୁ ଭରସା ଉଠିଗଲାଣି। ଏଭଳି ଏକ ଧୋକାର ଶିକାର ହୋଇଛନ୍ତି ଏହି ୩୩ ବର୍ଷିୟା ଯୁବତୀ।

ତେବେ ବ୍ରାଜିଲରେ ରହୁଥିବା ଇଣ୍ଟାଗ୍ରାମ୍‌ର ମଡେଲ କ୍ରିସ୍ ଗଲେରା ନିଜ ବାହାଘର ପାଇଁ ବେଶ ଖୁସି ଥିଲେ। କିନ୍ତୁ  ତାଙ୍କ ସହ ଏମିତି କିଛି ଘଟିଥିଲା ଯେ ଶେଷରେ ତାଙ୍କୁ ନିଜ ସହ ବିବାହ କରିବାକୁ ପଡିଲା। ଏହାକୁ ଶୁଣି ଆପଣ ହୁଏତ ଭାବୁଥିବେ ଏମିତି କେମିତି ହେଲା। ନିଜ ସହ ବିବାହ କରିବା ପାଇଁ ମଡେଲ ଜଣକ ବେଶ ଉତ୍ସାହିତ ଥିବାର ଶୁଣିବାକୁ ମିଳିଛି। ନିଜ ୱେଡିଂରେ ଟପ୍‌ କ୍ଲାସ ଆରେଞ୍ଜମେଣ୍ଟ କରି ଚର୍ଚ୍ଚାର ବିଷୟ ପାଳଟିଛନ୍ତି ଏହି କ୍ରିସ୍ । ଏହି ବିବାହରେ Model Marries Herself ମଧ୍ୟ ଲେଖାଯାଇଛି ।

News18 hindi

କିନ୍ତୁ ପ୍ରଥମେ ସେ ଭାବୁଥିଲେ ଯେ ଖୁସି ରହିବା ପାଇଁ ତାଙ୍କୁ ଏକ ପାର୍ଟନରର ଆବଶ୍ୟକତା ରହିଛି। ଯାହା ସହ ସେ ସବୁ କିଛି ସେୟାର କରିପାରିବେ । ହେଲେ ତାଙ୍କର ସମ୍ପର୍କ ବାରମ୍ବାର ଭାଙ୍ଗିବା ପରେ ସେ ମଧ୍ୟ ଭାଙ୍ଗି ପଡିଥିଲେ। ତେବେ ସୂଚନା ମିଳିଛି ଯେ ତାଙ୍କର ଅଧିକାଂଶ ସମ୍ପର୍କ ତିଷ୍ଠି ପାରୁ ନଥିଲା । ଯାହାଫଳରେ ବ୍ରେକଅପ ହୋଇ ଯାଉଥିଲା । ସେହିକାରଣରୁ ସେ ବହୁତ ଦୁଃଖିତ ହୋଇଯାଇଥିଲେ ।ଶେଷରେ ନିଷ୍ପତ୍ତି ନେଲେ ନିଜ ସହ ବିବାହ କରିବା ପାଇଁ । ଏଭଳି ଅଜବ ଚିନ୍ତାଧାରା ପାଇଁ ସେ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ନିଜ ସହ ବିବାହ କରିବା ସମୟରେ ସେ ବହୁତ ଖୁସି ଥିଲେ। ଏଥିପାଇଁ ଗ୍ରାଣ୍ଡ ଭାବେ ଇଭେଣ୍ଟ ଆୟୋଜନ କରିଥିଲେ । ଏହି ଇଭେଣ୍ଟରେ ନିଜ ଅନ୍ତରଙ୍ଗ ସାଙ୍ଗମାନଙ୍କୁ ଡାକିଥିଲେ। ଯାହାକି ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହୋଇଥିଲା। ଏବେ ତାଙ୍କୁ ନିଜ ସହ ସମୟ ବିତାଇବାକୁ ବହୁତ ଭଲ ଲାଗୁଛି ବୋଲି କହିଥିବାର ଶୁଣିବାକୁ ମିଳିଛି

   Related Posts