Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଇନଷ୍ଟାଗ୍ରାମ କିଙ୍ଗ ଟପଲେସ ମଡେଲଙ୍କ ସହିତ ପାର୍ଟି କରିବା ପାଇଁ ଗୋଟିଏ ରାତିରେ ଖର୍ଚ୍ଚ କଲେ ୪ କୋଟି ଟଙ୍କା

13/07/2019 at 8:15 PM

ଲଣ୍ଡନ୧୩|୭: ବିଳାଶମୟ ଜୀବନ ବିତାଉଥିବା ଆମେରିକୀୟ ସେଲିବ୍ରିଟି ଡ଼ନ ବେଲଜିରିୟମ ଗୋଟେ ରାତିରେ ଖର୍ଚ୍ଚ କଲେ ୪ କୋଟି ଟଙ୍କା। ନିଜର ବ୍ୟବସାୟୀକୁ ପ୍ରମୋଟ କରିବା ପାଇଁ ଲଣ୍ଡନ ଯାଇଥିଲେ ବେଲଜିରିୟମ।

 ଜୁଲାଇ ୧୧ ତାରିଖ ରାତିରେ ଲଣ୍ଡନର ଏକ ହୋଟେଲରେ ଆୟୋଜନ ହୋଇଥିଲା ଏକ ବିରାଟ ପାର୍ଟି।

 ଏହା ଥିଲା ଲାଭିସ ପାର୍ଟି । ଏହି ପାର୍ଟିରେ ଯୋଗ ଦେଇଥିଲେ ଟପଲେସ ଗାର୍ଲ। ହୋଟେଲର ପରିବେଶ ଥିଲା ବେଶ ଆକର୍ଷଣ।

 ପାର୍ଟିରେ ଆସିଥିବା ଅତିଥି ରାତି ତମାମ ପିଇ ଚାଲିଥିଲେ ମଦ। ଡ଼ନ ବେଲଜିରିୟମଙ୍କ ରୋମରେ ଖାଇବା ପାଇଁ ସଜା ଯାଇଥିଲା ୮ ଜଣିଆ ଡାଇନିଂ ଟେବୁଲ। ଏହି ପାର୍ଟିରୁ ଆସିଥିବା ତଥ୍ୟନୁଯାୟୀ ବେଲଜିରିୟମଙ୍କ ଘନିଷ୍ଠ ଲୋକଙ୍କୁ ତାଙ୍କ ରୋମକୁ ନିମନ୍ତ୍ରଣ ହୋଇଥିଲା। ଏହି ସେଲିବ୍ରିଟି ଜଣଙ୍କ ୭୦୦ ମିଲିୟନର ମାଲିକ। ପ୍ୟାମିଲି ଟ୍ରଷ୍ଟ ଓ ପୋକର ଗେମରୁ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି ବେଲଜିରିୟମ।

 ଏହି ପାର୍ଟିରେ ତାଙ୍କ ପାଖରେ ବସିଥିବା ଝିଅଙ୍କ ମାନଙ୍କ ସହ କଥା ନହୋଇ ନିଜ ଫୋନରେ ବ୍ୟସ୍ତଥିଲେ ବେଲଜିରିୟମ।

 ଏହି ଲେଭିସ ପାର୍ଟିରେ ୨୪ ବର୍ଷିୟା ମଡେଲ ଟୟଲର ଜାଡେ ନୋଭୋଭା ଯୋଗ ଦେଇଥିଲେ। ଏହି ସେଲିବ୍ରିଟିଙ୍କୁ ଇନଷ୍ଟାଗ୍ରାମ କିଙ୍ଗ ବୋଲି କୁହାଯାଏ। ୭୪ ମିଲିୟନ ଫୋଲର୍ସ ତାଙ୍କ ଇନଷ୍ଟାଗ୍ରାମରେ ଅଛନ୍ତି।

   Related Posts