ନେପୋଟିଜିମ୍ ଇଫେକ୍ଟ : ମୃତ୍ୟୁ ପରେ ବି ଇନଷ୍ଟାଗ୍ରାମରେ ସୁଶାନ୍ତ ସିଂ ହିରୋ, କରଣ ଜୋହର ଏବଂ ଆଲିଆ ଭଟ୍ଟଙ୍କୁ ଛାଡି ପଳାଉଛନ୍ତି ଫଲୋଅର୍ସ
21/06/2020 at 2:53 PM

ମୁମ୍ବାଇ ୨୧।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ ବୋଲି ବଲିଉଡର ନେପୋଟିଜିମକୁ ଗ୍ରହଣ କରୁଛନ୍ତି । ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ ତାଙ୍କୁ ବଲିଉଡ ଜଗତ ତରଫରୁ ସମବେଦନା ଜଣାଯାଇଥିଲେ । ଏହି ସମୟରେ ଫିଲ୍ମ ନିର୍ମାତା କରନ ଜୋହର ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଥିଲେ । ଏହାସହ ସୁଶାନ୍ତଙ୍କ ପ୍ରଶଂସକମାନେ କରନ ଜୋହରଙ୍କୁ ନେପୋଟିଜିମକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଥିଲେ ।

ସୋସିଆଲ ମିଡିଆ ତଥ୍ୟ ଅନୁଯାୟୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କରନ ଜୋହରଙ୍କ ବିରୋଧରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିବା କୁହାଯାଉଛି । କୁହାଯାଉଛି ଯେ ଫଟୋ ସେୟାରିଂ ସାଇଟ୍ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ମୃତ୍ୟୁ ପରେ ବାରମ୍ବାର କରନ ଜୋହରଙ୍କ ଫଲୋଅର୍ସ କମୁଥିବା ଦେଖିବାକୁ ମିଳିଛି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ କରଣ ଜୋହରଙ୍କର ପ୍ରାୟ ୧୧ ମିଲିୟନ ଫଲୋଅର୍ସ ଥିବା କୁହାଯାଉଥିଲା । ତେବେ ଏବେ କରଣ ଜୋହରଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ୧୦.୫ ମିଲିୟନକୁ ଖସି ଆସିଛି। କେବଳ କରନ ଜୋହରଙ୍କର ନୁହେଁ ଅବିନେତ୍ରୀ ଆଲିଆ ଭଟ୍ଟଙ୍କର ମଧ୍ୟ ଫଲୋଅର୍ସ ସଂଖ୍ୟା କମିବାରେ ଲାଗିଛି । ପୂର୍ବରୁ ତାଙ୍କର ଫଲୋଅର୍ସ ୪୮.୪ ମିଲିୟନ ଥିଲା, ଯାହା ବର୍ତ୍ତମାନ ୪୭.୭ ମିଲିୟନକୁ ହ୍ରାସ ପାଇଛି ।

ଗୋଟିଏ ପଟେ ଇନଷ୍ଟାଗ୍ରାମରେ ବଲିଉଡର ଏମାନଙ୍କରର ଫଲୋଅର୍ସ ସଂଖ୍ୟା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇନଥିଲା, ସେତେବେଳେ ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୯ ମିଲିୟନ ଫଲୋଅର୍ସ ଥିଲେ । ଯାହା ବର୍ତ୍ତମାନ ପ୍ରାୟ ୧୩.୩ ମିଲିୟନକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ, ୧୪ ଜୁନ୍୨୦୨୦ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିତିଲେ । ୩୪ ବର୍ଷ ବୟସ୍କ ଏହି ଅଭିନେତା ଗତ ୬ ମାସ ଧରି ଡିପ୍ରେସନରେ ପୀଡିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଏହା ବ୍ୟତୀତ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅନେକ ବଡ ବଡ ପ୍ରଶ୍ନ ଉଠିଛି । ସୁଶାନ୍ତ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ସେନେଇ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି । ଏଥିପାଇଁ ପୋଲିସ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି।