Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଇନଷ୍ଟାଗ୍ରାମରେ BoysLockerRoom: ଯୁବତୀଙ୍କୁ ନେଇ ଚାଲିଥିଲା ଅଶ୍ଳୀଳ କଥାବାର୍ତ୍ତା, ଜଣେ ଛାତ୍ର ଗିରଫ- ଆଉ ୨୦ ଚିହ୍ନଟ

5/05/2020 at 8:44 PM

ନୂଆଦିଲ୍ଲୀ ୦୫।୦୫: ଇନଷ୍ଟାଗ୍ରାମ ଆପରେ ଗ୍ରୁପ କରି ଯୁବତୀଙ୍କ ବିଷୟରେ ଅଶ୍ଳୀଳ କଥା ହେଉଥିବା ନାବାଳକ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଏହି ଘଟଣାରେ ପୋଲିସ ଜଣେ ୧୫ ବର୍ଷୀୟ ନାବାଳକ ଛାତ୍ରକୁ ଗିରଫ କରିବା ସହିତ ମୋବାଇଲ ଜବତ କରିଛି। ଗ୍ରୁପରେ ଥିବା ବାକି ୨୦ ଜଣଙ୍କ ଚିହ୍ନଟ ମଧ୍ୟ ହୋଇ ସାରିଛି। ସମସ୍ତଙ୍କୁ ଜେରା କରାଯିବ ବୋଲି ପୋଲିସ୍ କହିଛି।

ଅନ୍ୟପଟେ ଇନଷ୍ଟାଗ୍ରାମ  ନିଜର ପ୍ଲାଟଫର୍ମରୁ ଅଶ୍ଳୀଳ ଚାଟ୍‌କୁ ହଟାଇ ଦେଇଛି। ଇନଷ୍ଟାଗ୍ରାମ ନିଜର ବିବୃତ୍ତିରେ କହିଛି ଯେ, କମ୍ପାନୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି। ୟୁଜର୍ସ ସୁରକ୍ଷିତ ଏବଂ ସମ୍ମାନଜନକ ଭାବେ ନିଜର କଥା ରଖିବା ଉଚିତ୍  ବୋଲି କମ୍ପାନୀ କହିଛି।

କଣ ଏହି ମାମଲା

ଦିଲ୍ଲୀର ଏହି ନାବାଳକ ଛାତ୍ର ଇନଷ୍ଟାଗ୍ରାମରେ BoysLockerRoom ନାମରେ ଏକ ଗ୍ରୁପ୍ କରିଥିଲେ। ଏଥିରେ ଏହି ସବୁ ପିଲାମାନେ ଯୁବତୀଙ୍କ ଫଟୋ ସେୟାର କରନ୍ତି, ଏଥିରେ ନାବାଳିକାଙ୍କ ଫଟୋ ମଧ୍ୟ ସେୟାର କରନ୍ତି। ଗ୍ରୁପରେ ଯୁବତୀଙ୍କୁ ଗଣବଳାତ୍କାର କରିବା ବିଷୟରେ ଆଲୋଚନା  କରାଯାଏ।  ଏହି ପିଲାମାନେ ଗ୍ରୁପରେ ଯୁବତୀ ବିଷୟରେ ଅଶ୍ଳୀଳ କଥାବାର୍ତ୍ତା ହୁଅନ୍ତି।

ତିନି-ଚାରି ସ୍କୁଲର ପିଲା ଏହି ଗ୍ରୁପରେ ସାମିଲ

ଯାଞ୍ଚରୁ ଜଣା ପଡିଛି ଯେ, ଏହି ଗ୍ରୁପକୁ ଗୋଟିଏ ସପ୍ତାହ ପୂର୍ବେ କରାଯାଇଥିଲା। ଆଡମିନ୍ ସମେତ ଏଥିରେ ୨୧ ଜଣ ପିଲା ସାମିଲ। ଗ୍ରୁପରେ ତିନି-ଚାରି ସ୍କୁଲର ପିଲା ସାମିଲ। ଏଥିରୁ ଗୋଟିଏ ସ୍କୁଲ ଦକ୍ଷିଣ ଦିଲ୍ଲୀରେ ରହିଛି। କିଛି ଛାତ୍ରଙ୍କ କହିବା କଥା ଏହି ଗ୍ରୁପରେ ସେମାନେ ନିଶ୍ଚୟ ସାମିଲ ଅଛନ୍ତି ମାତ୍ର କୌଣସି ମେସେଜ୍ କରି ନାହାନ୍ତି। ଏହି ଗ୍ରୁପର ଏହି କାରନାମା ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ ହୋଇ ଯାଇଛି। ଏଥିରେ ବଡ ସଂଖ୍ୟାରେ ଯୁବତୀ ସାମିଲ ଅଛନ୍ତି।

କରିଥିଲେ ଆଉ ଗୋଟିଏ ଗ୍ରୁପ୍

ଏହି ଗ୍ରୁପର ଜଣେ ଛାତ୍ର ସହିତ ପୋଲିସ ପୂର୍ବରୁ ସଂପର୍କରେ ଥିଲେ। ଛାତ୍ର କହିଥିଲା ଯେ, ସେ ଏହି ଗ୍ରୁପର ଅନେକ ପିଲାଙ୍କୁ ଚିହ୍ନି ନାହାନ୍ତି। କାରଣ ସେମାନେ ସବୁ ଅନ୍ୟ ସ୍କୁଲର। ଯେମିତି ଏହି ଗ୍ରପ୍‌ର ସ୍କ୍ରିନ୍ ସଟ୍‌ ଭାଇରାଲ୍ ହେଲା ଏହାକୁ ତୁରନ୍ତ ଡିଲିଟ୍ କରି ଦିଆଗଲା। ଏହା ପରେ ଲକରରୁମ ୨.୦ ନାମରେ ଆଉ ଏକ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ ଝିଅମାନଙ୍କୁ ମଧ୍ୟ ଆଡ୍‌ କରାଯାଇଥିଲା।

ସାଇବର ସେଲ୍‌ର ଡିସିପି ଅବନେଶ ରାୟ ଛାତ୍ରଙ୍କୁ ଗିରଫ କରିବା ପୂର୍ବରୁ କହିଥିଲେ ଯେ, ଆମେ ଭାଇରାଲ୍ ସ୍କ୍ରିନ୍‌ସଟ୍‌  ବିଷୟରେ ନିଜ ଆଡକୁ ଆଇଟି ଆକ୍ଟର ଧାରା ୬୭, ୬୭ଏ ଆଧାରରେ ମାମଲା ରୁଜକୁ କରାଯାଇଛି। ଏହା ବ୍ୟତୀତ ଭାରତୀୟ ଦଣ୍ଡ ସଂହିତା(IPC)ର ଧାରା ୪୬୫, ୪୬୯ ଓ ୪୭୧ ଆଧାରରେ ମାମଲା ରୁଜୁ କରାଯାଇଛି।

   Related Posts