ପର୍ଣ୍ଣ ଜାଲରେ ଇନ୍‌ଷ୍ଟାଗ୍ରାମ, ଜାଣନ୍ତୁ କେମିତି ଫସୁଛନ୍ତି ୟୁଜର୍ସ…

Published By : Prameya-News7 Bureau | August 13, 2019 IST

ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଫଟୋ ଓ ଭିଡିଓ ସେୟାରିଂ ପାଇଁ ଦିନକୁ ଦିନ ଲୋକଙ୍କ ଗହଣରେ ଫେମସ ହେଇଚାଲିଛି। ହେଲେ ଏବେ ଇନ୍‌ଷ୍ଟାଗ୍ରାମରେ ପର୍ଣ୍ଣ ମାତିବାରେ ଲାଗିଛି। ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ଇନ୍‌ଷ୍ଟାଗ୍ରାମ ଆପ୍‌ର ମଧ୍ୟ ପାଖାପାଖି ୧୫ କୋଟି ଫେକ୍‌ ଆକାଉଣ୍ଟ ଅଛି । ବଡ ୟୁଜରବେସ ଆପ୍‌ଗୁଡିକରେ ଅନେକ ସମସ୍ୟା ଦେଖାଦେଇଥାଏ।

{"id":143957,"width":566,"height":317}

ସାଇବର ସିକ୍ୟୁରିଟି ଫାର୍ମ ରିପୋର୍ଟ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ପର୍ଣ୍ଣ ଭିଡିଓ ଜନିତ ସମସ୍ୟା ସାମ୍ନା କରୁଛି। ଏହା ଦୂର ହେବାର ନାଁ ନେଉ ନାହିଁ ।ଫଳରେ ଅନେକ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପର୍ଣ୍ଣ ବୋଟ୍‌ ଇନ୍‌ଷ୍ଟାଗ୍ରାମ ପାଇଁ ଏକ ବଡ ସମସ୍ୟା ପାଲଟିଛି।

{"id":143958,"width":569,"height":378}

ସୂଚନାଯୋଗ୍ୟ ଯେ, ଯେତେଯାଏଁ ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ସଂଖ୍ୟା ୟୁଜର୍ସ ଆକ୍ଟିଭ ରହିବେ ସେତେ ଯାଏଁ ଇନ୍‌ଷ୍ଟାଗ୍ରାମ ପର୍ଣ୍ଣ ବୋଟ୍‌ ସ୍କାମର୍ସଙ୍କ ପାଇଁ ଫେମସ ପ୍ଲାଟଫର୍ମ ରହିବ।   ରିପୋର୍ଟ ଅନୁସାରେ ପର୍ଣ୍ଣ ବୋଟ୍‌ ଅନେକ ପପ୍‌ କଲଚର୍‌ ରେଫରେନ୍ସର ବ୍ୟବହାର କରନ୍ତି। ଏହି କାରଣ ଯୋଗୁଁ ଇନ୍‌ଷ୍ଟାଗ୍ରାମ ୟୁଜର୍ସ ସ୍କାମରର୍ସ ଓ ଅଥେଣ୍ଟିକେଟ ୟୁଜର୍ସଙ୍କ ମଧ୍ୟରେ ତଫାତ ଜାଣିପାରନ୍ତି ନାହିଁ।

{"id":143959}

୨୦୧୬ ମସିହାରୁ ପର୍ଣ୍ଣ ବୋଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଉପସ୍ଥିତ ଅଛି। ଏହି ପର୍ଣ୍ଣ ବୋଟ୍‌ କୌଣସି ଆକାଉଣ୍ଟ ହୋଲ୍‌ଡରକୁ ଫଲୋ କରିବା ସହ ଫଟୋରେ ଲାଇକ୍‌ ଓ କମେଣ୍ଟ ମଧ୍ୟ ଦେଇପାରିବ। ଏହା ବ୍ୟତୀତ ମେସେଜ ମଧ୍ୟ ପଠାଇପାରିବ। ତେବେ ଏହି ସ୍କାମ୍‌ ନେଇ ସତର୍କ ରହିବା ଜରୁରୀ କାରଣ ଏହା ଭାରତରେ ଏକ ବଡ ସମସ୍ୟା ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.