ଇଂଷ୍ଟାଗ୍ରାମ ବ୍ୟବହାରକାରୀ ସାବଧାନ! ଚୋରୀ ହେଉଛି ପ୍ରାଇଭେଟ ଡାଟା

Published By : Prameya-News7 Bureau | May 22, 2019 IST

ସୋସାଲମିଡିଆ ସାଇଟ୍ ଫେସବୁକ୍ ଡାଟା ଚୋରୀ ସମସ୍ୟାରୁ ମୁକୁଳିନଥିବା ବେଳେ ଏହାର ଫଟୋ ସେୟାରିଂ ସର୍ଭିସ ଇଂଷ୍ଟାଗ୍ରାମ ମଧ୍ୟ ସମାନ ସମସ୍ୟାରେ ଫସିଗଲାଣି। ଲକ୍ଷଲକ୍ଷ ପ୍ରଭାବଶାଳୀ ଲୋକ ଓ ସେଲିବ୍ରିଟିଙ୍କ ପର୍ସନାଲ ଡାଟା ଚୋରି ହୋଇଯାଇଥିବା ମୁମ୍ବାଇସ୍ଥିତ ସୋସାଲମିଡିଆ ମାର୍କେଟିଂ ଫାର୍ମ ଟେରବକ୍ସ ଟ୍ରେସ କରିଛି। ତେବେ ଏହା ପୂର୍ବରୁ ଟେକ୍ କ୍ରଞ୍ଚ ଏପର୍ଯ୍ୟନ୍ତ ପ୍ରାୟ ୪ କୋଟି ୯୦ ଲକ୍ଷ ହାଇପ୍ରୋଫାଇଲ ଲୋକଙ୍କ ଡାଟା ଚୋରି ହୋଇଥିବା ନେଇ ଗତ ସୋମବାର ଘୋଷଣା କରିଥିଲା।

{"id":114914,"width":577,"height":323}

ଟେକ୍ କ୍ରଞ୍ଚର ଏହି ରିପୋର୍ଟରେ ପ୍ରତି ରେକର୍ଡରେ ଏଭଳି ପ୍ରଭାବଶାଳୀ ଲୋକଙ୍କ ପବ୍ଲିକ ଡାଟା ଯେପରିକି ପ୍ରୋଫାଇଲ ଫଟୋ, ଫଲୋର୍ସଙ୍କ ସଂଖ୍ୟା,ଲୋକେସନ ଏପରିକି ପ୍ରାଇଭେଟ କଣ୍ଟାକ୍ଟ ନମ୍ବର ମଧ୍ୟ ଲିକ୍ ହୋଇଯାଇଥିବା ଦାବି କରାଯାଇଛି। ଘଟଣା ଜଣଆପଡିବା ପରେ ଇଂଷ୍ଟାଗ୍ରାମର ଜନୈକ ମୁଖପାତ୍ର ଏ ନେଇ ଅଭିଯୋଗର ତଦନ୍ତ ହେଉଥିବା କହିଛନ୍ତି। କୌଣସି ତୃତୀୟ ପକ୍ଷ ନୀତି ଉଲ୍ଲଂଘନ କରି ଏପରି କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେହିପରି ଚେଟପ ବକ୍ସ ଡାଟା ବକ୍ସକୁ ଇଂଷ୍ଟାଗ୍ରାମରୁ ଇ-ମେଲ ଓ ଫୋନ ନମ୍ବର ଯାଇଛି କି ନା ତାହା ଯାଞ୍ଚ କରାଯାଉଥିବା ମୁଖପାତ୍ର କହିଛନ୍ତି।

{"id":114915,"width":578,"height":375}

ତେବେ ଏଭଳି ଘଟଣାକୁ ଆମେ ଗୁରୁତର ସହ ଗ୍ରହଣ କରିଥିବା ଇଂଷ୍ଟାଗ୍ରାମ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଯିଏ ବି କରୁଛନ୍ତି ସେ କଣ ପାଇଁ ପ୍ରାଇଭେସି ନୀତିର ଉଲ୍ଲଂଘନ କରୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଏହା ଗୁରୁତର ଅନିୟମିତତା ବୋଲି ସ୍ବୀକାର କରିଛି ଇଂଷ୍ଟାଗ୍ରାମ। ଏଭଳି ଉଲ୍ଲଂଘନର କାରଣ ଜାଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦିଆଯାଇଛି। ଖୁବ୍ ଶୀଘ୍ର ଇଂଷ୍ଟାଗ୍ରାମ ଡାଟା ଲିକ୍ ଘଟଣା ଉପରୁ ପର୍ଦା ହଟିବ ବୋଲି ଇଂଷ୍ଟାଗ୍ରାମ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.