ପ୍ରଖ୍ୟାତ ଋଷିୟ ଇଂଷ୍ଟା ଷ୍ଟାରଙ୍କ ସନ୍ଦିଗ୍ଧ ମୃତ୍ୟୁ, ବ୍ରିଫକେଶରୁ ମିଳିଲା ଶବ
31/07/2019 at 6:56 PM

ଋଷିଆ ଇଂଷ୍ଟା ଇଫେକ୍ଟର ଏକାତେରିନା କାରାଗ୍ଲୋନୋଭାଙ୍କୁ କେହି ହତ୍ୟା କରିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଅଭିଭାବକ ସନ୍ଦେହଜନକ ଭାବେ ଏକ ବ୍ରିଫକେଶରୁ ତାଙ୍କ ଶବ ଉଦ୍ଧାର କରିଛନ୍ତି। ଗତ କିଛି ସପ୍ତାହ ହେଲା ପରିବାରସହ ଏକାତେରିନାଙ୍କ ସମ୍ପର୍କ ନଥିଲା। ଏଣୁ ଅଭିଭାବକ ଚିନ୍ତିତ ହୋଇପଡିଥିବା ବେଳେ ସେ ମସ୍କୋରେ ଭଡାରେ ରହୁଥିବା ଆପାର୍ଟମେଣ୍ଟର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଆପାର୍ଟମେଣ୍ଟ ମାଲିକ ଚାବି ନେଇ ଆସିବାରୁ ଅଭିଭାବକ ଘରର ତଲାସୀ ନେବେ ବେଳେ ଘରର ନିଛାଟିଆ ସ୍ଥାନରେ ପଡିଥିବା ସୁଟକେଶରୁ ତାଙ୍କ ଶବ ପାଇଥିଲେ।
ଏକାତେରିନାଙ୍କୁ କେହି ଗଳା ଚିପି ହତ୍ୟା କରିବା ପରେ ସେ ମଲେ କି ନା ସ୍ପଷ୍ଟ ହେବା ଲାଗି ଛୁରୀ ମାରିଥିବା ଶବରୁ ଦେଖା ଯାଇଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା କିନ୍ତୁ ସ୍ପଷ୍ଟ ହୋଇ ପାରିନାହିଁ। ଇଂଷ୍ଟାରେ ଏକାତେରିନାଙ୍କ ୮୫ ହଜାରରୁ ଅଧିକ ଫଲୋଅର ଅଛନ୍ତି। ତାଙ୍କୁ ଜଣେ ଇଂଷ୍ଟା ଇଫେକ୍ଟର ବୋଲି ମଧ୍ୟ କୁହାଯାଏ। ହେଲେ ଗତ କିଛି ଦିନ ହେଲା ପରିବାର ଲୋକଙ୍କ ସହ ସେ ସମ୍ପର୍କରେ ନଥିଲେ।
ଅଭିଭାବକ ସୁଟ୍ କେଶରେ ଶବ ଦେଖି ପ୍ରଥମେ ଆମ୍ବୁଲାନ୍ସକୁ ଡକାଇ ଥିଲେ। ତେବେ ତାଙ୍କର ମୃତ୍ୟୁ ହୋଇ ସାରିଥିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।