Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘MA ଇଂଲିଶ ଚା’ବାଲି’: ଇଂରାଜୀରେ ଏମଏ କରି ବି ମିଳିଲାନି ଚାକିରୀ, ଶେଷରେ ଚା’ ଦୋକାନ କଲେ ଟୁକଟୁକି

6/11/2021 at 4:02 PM

କୋଲକାତା ୦୬/୧୧ : କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ସବୁବେଳେ ତାଙ୍କୁ କହୁଥିଲେ ଯେ ଯଦି ସେ ପରିଶ୍ରମ କରି ପଢ଼ନ୍ତି ତାହେଲେ ବହୁତ ଆଗକୁ ଯାଇପାରିବେ। ବାପା-ମା ଚାହୁଁଥିଲେ ଝିଅ ଶିକ୍ଷୟତ୍ରୀ ହେଉ। ଝିଅ ବହୁତ ପରିଶ୍ରମ କରି ପରୀକ୍ଷାରେ ବି ଭଲ ନମ୍ବର ରଖି ପାସ ହେଲେ ଓ ଇଂରାଜୀରେ ଏମଏ କଲେ। କିନ୍ତୁ ଏମଏ ଡିଗ୍ରୀ ଥାଇ ମଧ୍ୟ ଟୁକଟୁକିଙ୍କୁ ଚାକିରୀ ମିଳିଲାନି। ସେ ଅନେକ ପରୀକ୍ଷା ଦେଲେ, ସବୁ ପ୍ରକାର ପ୍ରୟାସ କଲେ କିନ୍ତୁ ସଫଳ ହୋଇପାରିଲେନି। ଶେଷରେ ସେ ଚା’ ଦୋକାନ କରିବାକୁ ନିଷ୍ପତ୍ତି ନେଲେ। ସେ ଉତ୍ତର ପ୍ରଗଣା ୨୪ ରେ ହାୱଡା ଷ୍ଟେସନରେ ନିଜର ଚା’ ଦୋକାନ ଖୋଲିଲେ।

ଯଦି ଆପଣ କେବେ ହାୱଡା ଷ୍ଟେସନ ଯିବେ ତାହେଲେ ଟୁକଟୁକିଙ୍କ ଚା’ ଦୋକାନ ବ୍ୟାନର ଦେଖିପାରିବେ ଯେଉଁଥିରେ ଲେଖାହୋଇଛି ‘ଏମଏ ଇଂରାଜୀ ଚା’ ବାଲି’। ଟୁକଟୁକିଙ୍କ ବାପା ଭ୍ୟାନ ଡ୍ରାଇଭର ଓ ମା’ ଏକ ଛୋଟ ତେଜରାତି ଦୋକାନ ଚଳାନ୍ତି। ବାପାମା ପ୍ରଥମେ ଝିଅର ଏହି ନିଷ୍ପତ୍ତିରେ ଖୁସି ନଥିଲେ। କିନ୍ତୁ ଝିଅ ଚାକିରୀ ନ ପାଇ ଅସନ୍ତୋଷ ହୋଇ ହାରି ନଥିଲେ ଓ ନିଜ ନିଷ୍ପତ୍ତିକୁ ଆଗେଇ ନେଇଥିଲେ।

ଟୁକଟୁକି ଦାସ ‘ଏମବିଏ ଚା’ଵାଲା ଵିଲୋରେ’ଙ୍କ କାହାଣୀରୁ ପ୍ରେରିତ ହୋଇଥିଲେ। ସେ ଇଣ୍ଟରନେଟରେ ତାଙ୍କ ବିଷୟରେ ପଢିଥିଲେ। ସେ ଗଣମାଧ୍ୟମରେ କହିଛନ୍ତି ଯେ, “ମୋ ମତରେ କୌଣସି କାମ ଛୋଟ ନୁହେଁ। ସେଥିପାଇଁ ମୁଁ ଏମବିଏ ଚା’ଵାଲା ଭଳି ନିଜେ ଦୋକାନ କରି ନିଜ ପାଇଁ କାମ କରିବା ଆରମ୍ଭ କଲି। ଆରମ୍ଭରେ ଜାଗା ମିଳିବା ମୁସ୍କିଲ ଥିଲା କିନ୍ତୁ ପରେ ମୁଁ ସଫଳ ହୋଇଥିଲି। ଏବେ ମୁଁ ଚା’ ଜଳଖିଆ ବିକୁଛି। ଯେହେତୁ ମୋ ପାଖରେ ଏମଏ ଡିଗ୍ରୀ ଅଛି ସେଥିପାଇଁ ମୁଁ ଦୋକାନ ନାଁ ଏମଏ ଚା’ ବାଲି ରଖିଛି।”

ଯେଉଁମାନେ ଟୁକଟୁକି ଦାସଙ୍କ ଦୋକାନକୁ ଚା’ ପିଇବାକୁ ଯାଆନ୍ତି ସେମାନେ ତାଙ୍କ ଦୋକାନର ନାଁ ଶୁଣି ଆକର୍ଷିତ ହୋଇଥାନ୍ତି। ଷ୍ଟେସନରେ ଅନେକ ଯାତ୍ରୀ ତାଙ୍କ ଆତ୍ମନିର୍ଭର ଆଦର୍ଶ ସହ ସହମତ ହୋଇଥାନ୍ତି। ଅନେକ ଯାତ୍ରୀ ମଧ୍ୟ କୁହନ୍ତି ଯେ ଟୁକଟୁକି ଦାସଙ୍କ କାହାଣୀ ଦେଶର ଅନ୍ୟ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହୋଇପାରେ ଯେଉଁମାନେ ଚାକିରୀ ପାଇବାରେ ସକ୍ଷମ ନୁହନ୍ତି।

   Related Posts