Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବାରିକ ସାଜିଲେ ଅଭିନେତ୍ରୀ : ବିରୁଷ୍କାଙ୍କ ପରେ ଏବେ ନିଜ ସ୍ବାମୀଙ୍କ ହେୟାରକଟ୍ କରି ଚର୍ଚ୍ଚାରେ ଟିସ୍କା

30/03/2020 at 11:47 AM

ମୁମ୍ବାଇ ୩୦/୩: ଦେଶରେ ଚାଲୁଥିବା ଲକଡାଉନରେ ଅନେକ ସେଲିବ୍ରିଟିଙ୍କ ହିଡେନ୍ ଟ୍ୟାଲେଣ୍ଟ ସାମନାକୁ ଆସୁଛି। ଯାହାକୁ ସେମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରୁଛନ୍ତି। ନିକଟରେ ବିରାଟ କୋହଲି, ଅନୁ​ଷ୍କା ଶର୍ମାଙ୍କ ଏକ ପୋଷ୍ଟ ଭାଇରାଲ୍ ହୋଇଥିଲା,ଯେଉଁଥିରେ ଅନୁଷ୍କା ତାଙ୍କ ସ୍ବାମୀ ବିରାଟଙ୍କ ହେୟାରକଟ୍ କରୁଥିବା ନଜର ଆସିଥିଲେ। ବିରୁଷ୍କାଙ୍କଠୁ ଇନସ୍ପାୟର ହୋଇ ଅଭିନେତ୍ରୀ ଟିସ୍କା ଚୋପ୍ରା ମଧ୍ୟ ଏକ ପୋ​ଷ୍ଟ ସେୟାର କରିଛନ୍ତି,ଯେଉଁଥିରେ ସେ ସ୍ବାମୀ ସଞ୍ଜୟ ଚୋପ୍ରା କେଶ କାଟୁଥିବା ନଜର ଆସିଛନ୍ତି।

ଟିସ୍କା ନିଜ ପୋଷ୍ଟରେ ଲେଖିଛନ୍ତି- ଯଦି ସିନେମା ଶୀଘ୍ର ଆରମ୍ଭ ନ ହେଉଛି ତେବେ ସେ ନୂଆ କ୍ୟାରିୟରର ପ୍ରସ୍ତୁତି କରୁଛନ୍ତି। ପ୍ରଥମ ଗ୍ରାହକ ଘରେ ହିଁ ମିଳିଯାଇଛି। ସେ ଦରକାରୀ ସେବା ପାଇଁ ପ୍ରୟୋଜନୀୟ ଅଟନ୍ତି ଏଥିପାଇଁ ଏଥର କୌଣସି ଚାର୍ଜ କରି ନାହାନ୍ତି।

ଟିସ୍କାଙ୍କ ପୂର୍ବରୁ ଅନୁ​ଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ସ୍ବାମୀ ବିରାଟ କୋହଲିଙ୍କ କେଶକୁ କଇଁଚିରେ କାଟୁଥିବା ନଜର ଆସିଛନ୍ତି। କିନ୍ତୁ ବିରାଟଙ୍କୁ ତାଙ୍କର ଏହି ନୂଆ ଷ୍ଟାଇଲ୍ ପସନ୍ଦ ଆସିନଥିଲା। ଟିସ୍କା ତ ଏହାକୁ ନିଜ ନୂଆ କ୍ୟାରିୟର ଭାବେ ଦେଖିବା ଆରମ୍ଭ କରି ଦେଇଛନ୍ତି।

   Related Posts