ଅଜୟ ଦେଵଗନଙ୍କ ଦୃଶ୍ୟମ ଫିଲ୍ମରୁ ଅନୁପ୍ରାଣିତ ହୋଇ ୨୨ ବର୍ଷ ବୟସ୍କା କଂଗ୍ରେସ ନେତ୍ରୀଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ୬୫ ବର୍ଷୀୟ ବିଜେପି ନେତା , ଥିଲା ଅନୈତିକ ସମ୍ପର୍କ

Published By : Prameya-News7 Bureau | January 13, 2019 IST

ଇନ୍ଦୋର ୧୩/୧ : ମଧ୍ୟପ୍ରଦେଶର ଇନ୍ଦୋରରେ ୨୨ ବର୍ଷ ବୟସ୍କା କଂଗ୍ରେସ ନେତ୍ରୀ ଟ୍ୱିଙ୍କଲ ଡାଗ୍ରେ ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ ହୋଇଛି | ୬୫ ବର୍ଷ ବୟସ୍କ ବିଜେପି ନେତା ଜଗଦୀଶ କରୋତିୟ ଓରଫ କଳଲୁ ପହଲଵାନଙ୍କ ସହ ଟ୍ୱିଙ୍କଲ ଡାଗ୍ରେଙ୍କ ଅନୈତିକ ସମ୍ପର୍କ ଥିଲା | ସେ ବିଜେପି ନେତାଙ୍କ ସହ ରହିବାକୁ ଚାହୁଁଥିଲେ | କିନ୍ତୁ ବିଜେପି ନେତା ଏଥିରେ ରାଜି ନଥିଲେ ଏବଂ ସେଥିପାଇଁ ସେ ଟ୍ୱିଙ୍କଲଙ୍କ ଗଳା କାଟି ହତ୍ୟା କରିଥିଲେ |

ହତ୍ୟା ଷଡଯନ୍ତ୍ର ଦୃଶ୍ୟମ ଫିଲ୍ମ ଦେଖି ରଚନା କରାଯାଇଥିଲା | ପୋଲିସକୁ ବିଭ୍ରାନ୍ତ କରିବାପାଇଁ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ହତ୍ୟାକାରୀ | ଡ଼ିଆଇଜି ହରିନାରାୟଣଚାରି ମିଶ୍ର କହିଛନ୍ତି ଯେ, ପୋଲିସ କଲୁ, ତାଙ୍କର ୩୮ ବର୍ଷ ବୟସ୍କ ପୁଅ ବିଜୟ, ୩୬ ବର୍ଷ ବୟସ୍କ ପୁଅ ଅଜୟ, ୩୧ ବର୍ଷ ବୟସ୍କ ପୁଅ ବିନୟ ଏବଂ ସାଥି ନୀଲେସ କଶ୍ୟପଙ୍କୁ ଗିରଫ କରାଯାଇଛି |

{"id":73560}

ପଚରାଉଚୁରା ବେଳେ ଅଜୟ କହିଥିଲା ଯେ, ଟ୍ୱିଙ୍କଲ ଏବଂ ତାଙ୍କ ପିତାଙ୍କ  ଅନୈତିକ ସମ୍ବନ୍ଧ ଥିଲା | ସେହି କଥାକୁ ନେଇ ତାଙ୍କ ବାପା ଏବଂ ମା'ଙ୍କ ମଧ୍ୟରେ ଝଗଡା ହେଉଥିଲା | ବାପାଙ୍କୁ ରାଜନୈତିକ କ୍ୟାରିଅରର ମଧ୍ୟ ଚିନ୍ତା ଥିଲା | ଏସବୁକୁ ଆଖି ଆଗରେ ରଖି ପୁରା ପରିବାର ଟ୍ୱିଙ୍କଲକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କଲା | ଟ୍ୱିଙ୍କଲକୁ ହତ୍ୟା କରିବା ପୂର୍ବରୁ ବିଜେପି ନେତାଙ୍କ ପରିବାର ଦୃଶ୍ୟମ ଫିଲ୍ମ ଦେଖିଥିଲା |

ଯୋଜନା ଅନୁସାରେ, ୨୦୧୬ ମସିହା ଅକ୍ଟୋବର ୬ ତାରିଖ ସକାଳ ୧୧ଟା ବେଳେ ଘର ଦେଖିବା ପାଇଁ ଟ୍ୱିଙ୍କଲଙ୍କୁ ଡକାଯାଇଥିଲା | ଅଜୟ ଏବଂ କଲୁ ଟ୍ୱିଙ୍କଲଙ୍କୁ ଏମଆର-୧୦ ସ୍ଥିତ ନିଲୁର କ୍ଷେତକୁ ନେଇଯାଇଥିଲେ | କଲୁ ସେଠାରେ ଟ୍ୱିଙ୍କଲଙ୍କୁ ବୁଝାଇଥିଲା | ସେ ନବୁଝିବାରୁ କଲୁ ତାଙ୍କୁ ଚାପୁଡ଼ା ମାରିଥିଲା | ଅଜୟ ଏକ ରାଶିରେ ତାଙ୍କ ବେକକୁ ଚାପି ଦେଇଥିଲା | ବେକ ଚାପିଦେବାରୁ ଟ୍ୱିଙ୍କଲଙ୍କର ମୃତ୍ୟୁ ହୋଇଯାଇଥିଲା |

{"id":73561}

କଲୁ ସେହି କ୍ଷେତରେ ଟ୍ୱିଙ୍କଲଙ୍କ ଶବକୁ ପୋତିବା ପାଇଁ କହିବାରୁ ନିଲୁ ମନା କରିଦେଇଥିଲା | ଏହାପରେ ୩ଜଣ ଯାକ ଟ୍ୱିଙ୍କଲର ମୃତଦେହକୁ କପଡାରେ ଗୁଡ଼ାଇ କାରର ଡିକି ଭିତରେ ରଖି ଘରକୁ ଯାଇଥିଲେ | ପରଦିନ ଭୋର ୫ଟାରେ କାର ନେଇ ଅବନ୍ତିକ ନଗର ସ୍ଥିତ ଫ୍ଲାଟକୁ ଗଲେ | ଏହା ପୂର୍ବରୁ କଲୁ ନିଗମକର୍ମୀଙ୍କୁ କହିଥିଲେ ଯେ, ତାଙ୍କର ଗୋଟିଏ କୁକୁର ମରିଯାଇଛି ଏବଂ ତା'ପାଇଁ ଗାତ ଖୋଲିବାର ଅଛି |

ନିଗମକର୍ମୀ ଏକ ଗାତ ଖୋଳିଦେଇଥିଲେ | ସେଠାରେ କାଠର ବ୍ୟବସ୍ଥା ମଧ୍ୟ କରିଦେଇଥିଲେ ନିଗମକର୍ମୀ | କଳଲୁ ପୁଅ ଅଜୟ ଏବଂ ବିନୟକୁ ସାଙ୍ଗରେ ଡାକି ଟ୍ୱିଙ୍କଲଙ୍କ ଶବକୁ ପୋଡି ଦେଇଥିଲା | ୨ ଦିନ ପରେ ହାଡ ଏବଂ ପାଉଁଷ ଏକ ପାକେଟରେ ପୁରାଇ ନାଳରେ ଭସେଇ ଦେଇଥିଲେ |

{"id":73562}

ଅଜୟ ଦେଵଗନଙ୍କ ଫିଲ୍ମ ଦୃଶ୍ୟମରେ ଅଜୟ ଅଫିସରଙ୍କ ପୁଅକୁ ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ଏକ ଟ୍ରକରେ ଫୋପାଡ଼ି ଦେଇଥିଲେ | ଯାହାଫଳରେ ପୋଲିସ ଲୋକେସନ ଟ୍ରାକ କରିବାରୁ ପୁଅର ମୋବାଇଲ ଅନ୍ୟ ସହରରେ ଥିବା ଜଣାପଡିଥିଲା | ଆଉ ପୋଲିସ ପୁଅକୁ ଅନ୍ୟ ସହରରେ ଖୋଜୁଥିଲା | ଫିଲ୍ମର କାହାଣୀ ଭଳି ଟ୍ୱିଙ୍କଲର ମୋବାଇଲ ମଧ୍ୟ ଅଜୟ ଦୁଇଦିନ ପରେ ଅନ କରିଥିଲା | ଏହାପରେ ମୋବାଇଲକୁ ବଦନାବର ଯାଇ ଫୋପାଡ଼ି ଦେଇଥିଲା | କାରଣ ବଦନାବରରେ ଟ୍ୱିଙ୍କଲଙ୍କ ବାହାଘର ଠିକ ହୋଇଥିଲା | ବଦନାବରରେ ଟ୍ୱିଙ୍କଲଙ୍କ ମୋବାଇଲ ଟ୍ରାକ ହେବା ଯୋଗୁଁ ପୋଲିସ ତାଙ୍କ ଭାବି ସ୍ୱାମୀଙ୍କ ଉପରେ ସନ୍ଦେହ କରିଥିଲା | କିନ୍ତୁ ଧୀରେ ଧୀରେ ତଦନ୍ତ ପରେ ସମସ୍ତ ଘଟଣାର ପର୍ଦାଫାଶ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.