Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ନିଜ ମୁହଁରେ ମାସ୍କ ନାହିଁ, ଅନ୍ୟଙ୍କୁ ଲାଠିରେ ପିଟି ଘଉଡାଉଛନ୍ତି ଇନ୍ସପେକ୍ଟର, ଫଟୋ ଭାଇରାଲ୍

13/04/2021 at 4:16 PM

ବାରଣାସୀ ୧୩।୦୪: ସିଙ୍ଘମ ଷ୍ଟାଇଲ୍‌ରେ ନିଜେ ମାସ୍କ ନ ପିନ୍ଧି ବୁଲିବା ଏବଂ ଲୋକଙ୍କୁ ଲାଠିରେ ମାଡ ମାରି ଘଉଡାଇବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡିଛି। କିଛି ଲୋକଙ୍କୁ ଲାଠିରେ ବାଡେଇବାର ଫଟୋ ଭାଇରାଲ୍ ହେବା ପରେ ପୁଲିସ ଅଧିକାରୀ ତୁରନ୍ତ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇନ୍ସପେକ୍ଟରଙ୍କ ଚାଲାଣ କଟାଯାଇଛି। ଏହି ଘଟଣା ବାରଣାସୀର ଗଙ୍ଗା ଘାଟରେ ଘଟିଛି। ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା କରୋନାର ବଢୁଥିବା ପ୍ରକୋପକୁ ଦେଖି ଅପରାହ୍ନ ୪ଟାରୁ ଘାଟରେ  ଲୋକଙ୍କ ବୁଲାବୁଲି ଉପରେ ରୋକ୍ ଲଗାଇଛନ୍ତି।

ଜିଲ୍ଲାପାଳଙ୍କ ଆଦେଶ ଲାଗୁ କରିବା ପାଇଁ ସୋମବାର ଅପରାହ୍ନ ୪ଟାରେ ତୁଳସୀ ଘାଟରେ ଇନ୍ସପେକ୍ଟର ଗୌରବ ଉପାଧ୍ୟାୟ ପହଞ୍ଚି ଯାଇଥିଲେ। ଲୋକଙ୍କୁ ଗାଇଡ୍‌ଲାଇନ୍‌ ପାଳନ କରାଇବାର ଦାୟିତ୍ଵ ତାଙ୍କ ଉପରେ ଥିଲା। ହେଲେ ଖୋଦ୍‌ ଇନ୍ସପେକ୍ଟର ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ନିଜେ ମାସ୍କ ନଲଗାଇ ଲୋକଙ୍କୁ ଲାଠିରେ ମାଡ ମାରି ଘଉଡାଉଥିବା ଦେଖିବାକୁ ମିଳିଥିଲା।

ରିଭା ଘାଟ ନିକଟରେ ବୁଲାବୁଲି କରୁଥିବା ଲୋକଙ୍କୁ ଇନ୍ସପେକ୍ଟର ପିଟିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଇନ୍ସପେକ୍ଟରଙ୍କ ପିସ୍ତଲ ତାଙ୍କ ଅଣ୍ଟାରେ ଫିଲ୍ମ ଷ୍ଟାଇଲ୍‌ରେ ଥିବା ଦେଖିବାକୁ ମିଳିଥିଲା। କିଛି ଲୋକଙ୍କୁ ଇନ୍ସପେକ୍ଟରଙ୍କ ଏହି ରୂପ ଓ ବ୍ୟବହାର ପସନ୍ଦ ଆସିନଥିଲା। ସେମାନେ ଏହି ଫଟୋକୁ କମିସନରେଟ୍ ପୋଲିସକୁ ଟ୍ଵିଟ୍ କରିଥିଲେ। ଫଟୋ ଦେଖି ପୋଲିସ ପ୍ରଶାସନ ଆକ୍ସନ ମୋଡକୁ ଆସିଥିଲେ। ଇନ୍ସପେକ୍ଟରଙ୍କୁ ଡକାଇ ମାସ୍କ ପିନ୍ଧିଥିବାରୁ ଚାଲାଣ କାଟିଥିଲେ।

   Related Posts