Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ମିୟାମିରେ ପ୍ରିୟଙ୍କା ଚୋପ୍ରା ନିଆରା ଢ଼ଙ୍ଗରେ ପାଳନ କଲେ ନିଜର ଜନ୍ମ ଦିନ : ଫଟୋ ଭାଇରାଲ

20/07/2019 at 12:07 PM

ମୁମ୍ବାଇ ୨୦/୭: ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୁଲାଇ ୧୮ତାରିଖ ଦିନ ନିଜର ୩୭ତମ ଜନ୍ମଦିନ ପାଳନ କଲେ। ତାଙ୍କର ଜନ୍ମଦିନ ଅତ୍ୟନ୍ତ ଖାସ୍ ଥିଲା। ବିବାହ ପରେ ପ୍ରଥମ ଥର ଦେଶୀ ଗାର୍ଲ ତାଙ୍କ ଜନ୍ମଦିନ ସ୍ବାମୀ ନିକ୍ ଏବଂ ଜୋନସ୍ ପରିବାର ସହିତ ପାଳନ କରିଥିଲେ। ନିଜ ଦେଶୀ ଗାର୍ଲ ପାଇଁ ନିକ୍ ଗ୍ରାଣ୍ଡ ବାର୍ଥଡେ ପାର୍ଟିର ଆୟୋଜନ କରିଥିଲେ। ମିୟାମି ବିଚରେ ଏହି ପାର୍ଟି ରଖାଯାଇଥିଲା। ଏହି ଭିଡିଓ ଇନଷ୍ଟାଗ୍ରାମରେ ବହୁତ ଭାଇରାଲ ହେଉଛି।

ଏହି ପାର୍ଟିରେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଏବଂ ପରିଣୀତି ଚୋପ୍ରା ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରିୟଙ୍କା ରେଡ ସିମରି ଡ୍ରେସ୍ ସହ ମଥାରେ ସିନ୍ଦୂର ଲଗାଇଥିଲେ। ଏହି ସବୁ ଫଟୋରେ ପ୍ରିୟଙ୍କା ନିଜ ଜନ୍ମଦିନ କେକ୍ କାଟୁଥିବାର ନଜର ଆସିଥିଲେ।

ପ୍ରିୟଙ୍କା ବହୁତ ଖୁସି ନଜର ଆସୁଥିଲେ। ତାଙ୍କ ଜନ୍ମଦିନ କେକ୍ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ପ୍ରିୟଙ୍କା ଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭକାମନା ମିଳିଥିଲା।

ସେ ‘ସ୍କାଏ ଇଜ ପିଙ୍କ’ରେ ନଜର ଆସିବେ। ଏହି ଫିଲ୍ମରେ ଫରହାନ ଅଖତାରଙ୍କ ସହ ଜାଏରା ଓ୍ବାସିମ୍ ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମ ଅକ୍ଟୋବର ୧୧ତାରିଖରେ ରିଲିଜ ହେବ।

   Related Posts