ଚାଷୀକୁ ବେସାହାରା କରିଛି ସାହାରା ପୋକ – ଧାନ ଖେତରେ ପୋକ ସାଲୁବାଲୁ
5/12/2019 at 5:15 PM

ସୁବର୍ଣ୍ଣପୁର ୦୫।୧୨ – କେତେବେଳେ ମରୁଡି ତ ଆଉ କେତେବେଳେ ଚକଡା ଚଡକ ।ସତେ ଯେପରି ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି । ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଆସୁଥିବା ଚାଷୀ ଅଣ୍ଟା ସଳଖିଲା ବେଳକୁ ଦାଉ ସାଧିଛନ୍ତି ସାହାରା ପେ।କ । ଏମିତି କିଛି ସ୍ଥିତି ଦେଇ ଗତି କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ।

ହସି ଖେଳୁଥିଲା ଧାନ କ୍ଷେତ । ଦିନ କେଇଟା ପରେ ଖଳାକୁ ଆସିଥାଆନ୍ତା ଫସଲ । କିନ୍ତୁ ତା ପୂର୍ବରୁ କ୍ଷେତରେ ଲାଗିଛନ୍ତି ପେ।କ । ବିଲ ସାରା ପେ।କ ସାଲୁବାଲୁ । ଧାନ କଳା ପଡିବା ସହ ଫିମ୍ପି ମାରି ଯାଉଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଳକସୋନପୁର,ବିରମହାରାଜପୁର,ଉଲୁଣ୍ଡା,ତରଭା,ଡୁଙ୍ଗୁରିପାଲି ଏବଂ ବିନିକାରେ ହେକ୍ଟର ହେକ୍ଟର ଜମିରେ ଲାଗିଛି ସାହାରା ବା ଗୁଡାଖୁ ରୋଗ । ଫସଲରୁ ପୋକ ମାରିବା ପାଇଁ ଚାଷୀ ଯେତେ ପ୍ରକାର କୀଟନାଶକ ପ୍ରୟୋଗ କରିଥିଲେ ବି କିଛି ଲାଭ ହେଉନି । ଏଭଳି ସ୍ଥିତିରେ ଚାଷୀ କଣ ଅମଳ କରିବ କଣ ଆଉ ବିକ୍ରି କରିବ ତାକୁ ନେଇ ଚିନ୍ତାରେ ।

ହାଡଭଙ୍ଗା ପରିଶ୍ରମ କରି ଚାଷୀ ସୁନା ଫଳାଇଥିଲେ । କିନ୍ତୁ ଅମଳ ବେଳକୁ ପେ।ଲା ମାରିଗଲାଣି ଧାନ । ତେଣୁ ଯେଉଁ ଜମିରୁ ଶହେ ବସ୍ତା ଧାନ ବାହାରିବା କଥା ସେଥିରୁ ୨୦ ବସ୍ତା ଅମଳ ହେବା କଷ୍ଟକର । ସେପଟେ ଚାଷୀଙ୍କ ଉପରେ ଦେ।ଷ ଲଦିଛନ୍ତି କୃଷି ଉପ ନିର୍ଦେଶକ । ଚାଷୀ ଠିକରେ ବିହନ ବିଶେ।ଧନ କରି ନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେ କହିଛନ୍ତି ।

ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଚାଷ କରିଛନ୍ତି ଚାଷୀ । ତେଣୁ ପେ।କ ଦମନ କରିବାରେ ବିଳମ୍ବ ହେଲେ ଫସଲ ତ ଉଜୁଡିଯିବ ତା ସାଙ୍ଗକୁ ଚାଷୀ କେମିତି ଋଣ ସୁଝିବେ ଓ ବର୍ଷକର ଗୁଜୁରାଣ ମେଣ୍ଟାଇବେ ତାହା ସବୁଠୁ ବଡ ପ୍ରଶ୍ନ ।